fbpx

ହାର୍ଦ୍ଦିଙ୍କ ଘରେ ଫେରିଲା ଖୁସି ! ନତାଶାଙ୍କ ସହ ଛାଡ଼ପତ୍ର ପରେ ପୁଅ ଅଗସ୍ତ୍ୟ ସହ ପ୍ରଥମ ଥର ଭେଟିଲେ, ତା’ ସହ ଖେଳିଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କ୍ରିକେଟ୍ ଜଗତରେ ଯେତିକି ଲୋକପ୍ରିୟ ପର୍ସନାଲ ଲାଇଫରେ ମଧ୍ୟ ସେତିକି ଚର୍ଚ୍ଚିତ । ନିକଟରେ ହାର୍ଦ୍ଦିକ ଏବଂ ନତାଶାଙ୍କ ଛାଡ଼ପତ୍ର ଖବର ସମସ୍ତଙ୍କୁ ଚକିତ କରିଥିଲା । ଛାଡ଼ପତ୍ର ପରେ ନତାଶା ପୁଅ ଅଗସ୍ତ୍ୟକୁ ନିଜ ସହ ସର୍ବିଆ ନେଇଯାଇଥିଲେ । ବର୍ତ୍ତମାନ ସୋସିଆଲ ହାର୍ଦ୍ଦିକ ଅଗସ୍ତ୍ୟଙ୍କ ସହ କ୍ୱାଲିଟି ଟାଇମ୍ ବିତାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାୟୀ ଚଳିତ ମାସ ପ୍ରାରମ୍ଭରେ ନତାଶା ଅଗସ୍ତ୍ୟକୁ ମୁମ୍ବାଇ ସ୍ଥିତ ହାର୍ଦ୍ଦକଙ୍କ ଘରେ ଛାଡ଼ି ଯାଇଥିଲେ କିନ୍ତୁ ହାର୍ଦ୍ଦିକ ଛୁଟିରେ ଥିବା ଯୋଗୁ ପୁଅକୁ ଭେଟି ପାରିନଥିଲେ । ନତାଶାଙ୍କ ସହ ଛାଡ଼ପତ୍ର ହେବା ପରେ ପ୍ରଥମ ଥର ପାଇଁ ହାର୍ଦ୍ଦିକ ପୁଅ ଅଗସ୍ତ୍ୟକୁ ଭେଟି ବହୁତ ଖୁସି ହୋଇଥିଲେ । ସେ ଅଗସ୍ତ୍ୟଙ୍କୁ କୋଳରେ ଧରି ଯେମିତି ସବୁ କିଛି ଭୁଲିଯାଇଥିଲେ । ବାପ- ପୁଅର ମିଳନରେ ହାର୍ଦ୍ଦିକଙ୍କ ଚେହେରାରେ ଏକ ଭିନ୍ନ ଚମକ ଦେଖିବାକୁ ମିଳିଛି । କହିରଖୁଛୁ ୨୦୨୦ରେ ହାର୍ଦ୍ଦିକ ଓ ନତାଶାଙ୍କ ବିବାହ ହୋଇଥିଲା ।

 

View this post on Instagram

 

A post shared by Buzzzooka Events (@buzzzooka_events)

Get real time updates directly on you device, subscribe now.