fbpx

ବିଜେଡିର ୬ ଘଣ୍ଟିଆ ଆନ୍ଦୋଳନ ପ୍ରତ୍ୟାହୃତ, ପ୍ରେସମିଟରେ ସୂଚନା ଦେଲେ ଦେବୀ ମିଶ୍ର

ଭୁବନେଶ୍ୱର: ବିଜେଡିର ୬ ଘଣ୍ଟିଆ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସାମୟିକ ଭାବେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆସନ୍ତାକାଲି ଭରତ ପୁର ଥାନା ଘଟଣାରେ ଭୁବନେଶ୍ୱର ବନ୍ଦ ପାଇଁ ଡାକରା ଦେଇଥିଲା ବିଜେଡି। ତେବେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ପ୍ରେସମିଟରେ ସୂଚନା ଦେଲେ ଦେବୀ ମିଶ୍ର।

ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା, ଅସଦାଚରଣ ଘଟଣା । ଏହାକୁ ପ୍ରତିବାଦ କରି ବନ୍ଦ ପାଳନ କରିବ ବୋଲି ବିଜେଡି ଡାକରା ଦେଇଥିଲା। ଆସନ୍ତା ୨୪ ତାରିଖରେ ବନ୍ଦ ପାଳନ କରିବ ବୋଲି ବିଜୁ ଜନତା ଦଳ ନିଷ୍ପତ୍ତି ନେଇଥିଲା। ଆଜି ସକାଳ 6ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ କରାଯିବ ବୋଲି ଘୋଷଣା ହୋଇଥିଲା। ବନ୍ଦ ଡାକରା ନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ । ସେ କହିଥିଲେ, “ଏହା ଏକ ଅମାନୁଷିକ ଘଟଣା । ଏସଆଇଟି ତଦନ୍ତ ପାଇଁ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏହି ଘଟଣା ନେଇ ଆମେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛୁ । ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ପାଳନ କରିବ ବିଜେଡି।“ ହେଲେ ବର୍ତ୍ତମାନ ଏହା ପ୍ରତ୍ୟାହୃତ ହୋଇଛି।

Get real time updates directly on you device, subscribe now.