fbpx

ଜଙ୍କ୍ ଫୁଡ୍ ଖାଉଥିଲେ ସାବଧାନ! ବିପଦରେ ଆପଣଙ୍କ ହୃଦୟ ଏବଂ ମସ୍ତିଷ୍କ, ସ୍ମୃତି ଶକ୍ତି ହୋଇପାରେ ଦୁର୍ବଳ – ଷ୍ଟଡୀ

ପିଜ୍ଜା, ବରଗର୍, ଫ୍ରାଇଜ୍, ପ୍ୟାକ୍ ହୋଇଥିବା ଚିପ୍ସ, ରେଡ ମିଟ୍, ବେକନ୍, ହଟ୍ ଡଗ୍ସ ଏବଂ ସସ୍ ଭଳି ଜଙ୍କ୍ ଏବଂ ଅଲ୍ଟ୍ରା-ପ୍ରୋସେସିଡ୍ ଖାଦ୍ୟ ଖାଉଥିବା ଲୋକଙ୍କ ପାଇଁ ଆସିଛି ଚେତାବନୀ । ଏହିପରି ଲୋକଙ୍କ ସ୍ମୃତି ଶକ୍ତି ଗୁରୁତର ଭାବରେ ପ୍ରଭାବିତ ହୋଇପାରେ ।

ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ଜାଣିବାକୁ ପାଇଲେ ଯେ ଅଳ୍ପ ପରିମାଣର ଅଲଟ୍ରା ପ୍ରୋସେସିଡ୍ ଖାଦ୍ୟ ମଧ୍ୟ ସ୍ମୃତି ଶକ୍ତି ହ୍ରାସ ଏବଂ ଷ୍ଟ୍ରୋକର ଆଶଙ୍କା ବଢ଼ାଇଥାଏ ।

ନିକଟରେ ଆମେରିକାର ଆଲଜାଇମର ଆସୋସିଏସନର ଆନ୍ତର୍ଜାତୀୟ ସମ୍ମିଳନୀରେ ଏକ ରିସର୍ଚ୍ଚ ମଧ୍ୟ ଉପସ୍ଥାପିତ ହୋଇଥିଲା । ୪୩ ବର୍ଷ ଧରି ଚାଲିଥିବା ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ଅତ୍ୟଧିକ ପରିମାଣର ଅଲ୍ଟ୍ରା-ପ୍ରକ୍ରିୟାକୃତ ଖାଦ୍ୟ ଖାଉଛନ୍ତି ସେମାନଙ୍କଠାରେ ଡିମେନ୍ସିଆର ବିପଦ ଅଧିକ ରହିଛି । ଯେଉଁଥିରେ ସ୍ମୃତି ଏବଂ ଚିନ୍ତା କ୍ଷମତା ଖରାପ ଭାବରେ ପ୍ରଭାବିତ ହୁଏ ।

ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲ୍ ରିପୋର୍ଟରେ କ’ଣ କୁହାଯାଇଛି?

ଡକ୍ଟର ଡବ୍ଲୁ ଟେଲର କିମ୍ବର୍ଲିଙ୍କ ନେତୃତ୍ୱରେ ସ୍ନାୟୁବିଜ୍ଞାନରେ ପ୍ରକାଶିତ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଅଲ୍ଟ୍ରା- ପ୍ରୋସେସିଡ୍ ଖାଦ୍ୟର ପାର୍ଶ୍ୱ ପ୍ରତିକ୍ରିୟା ରିପୋର୍ଟ କରାଯାଇଛି । ପୂର୍ବରୁ ହୋଇଥିବା ଅନୁସନ୍ଧାନରୁ ମେଦବହୁଳତା, ହୃଦ୍ ରୋଗ ଏବଂ ମଧୁମେହ ପାଇଁ ଜଙ୍କ ଫୁଡ୍ ଦାୟୀ ବୋଲି ଜଣାପଡିଛି । ଏବେ ନୂଆ ଅଧ୍ୟୟନରେ ଏହା ସ୍ମୃତି ସହିତ ସଂଯୁକ୍ତ ହୋଇଛି ।

ଜଙ୍କ୍ ଫୁଡ୍ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ :-

ଡ କିମ୍ବର୍ଲି କହିଛନ୍ତି ଯେ ତାଙ୍କ ଅନୁସନ୍ଧାନରେ ଏହା ଜଣାପଡିଛି ଯେ, ଜଙ୍କ ଫୁଡ୍ ଅର୍ଥାତ୍ ଅଲ୍ଟ୍ରା ପ୍ରୋସେସିଡ୍ ଖାଦ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ତଥାପି ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ । ଏହି ଅନୁସନ୍ଧାନ ଅଲ୍ଟ୍ରା- ପ୍ରୋସେସିଡ୍ ଖାଦ୍ୟ ଖାଇବା ଏବଂ ଜ୍ଞାନଗତ ଅବନତି କିମ୍ବା ଷ୍ଟ୍ରୋକର ବିପଦ ମଧ୍ୟରେ ଏକ ଲିଙ୍କ ପ୍ରମାଣ କରି ନାହିଁ, କିନ୍ତୁ ଏହା ବୟସ ବଢ଼଼ିବା ସହିତ ମସ୍ତିଷ୍କ ସ୍ୱାସ୍ଥ୍ୟରେ ଏକ ସୁସ୍ଥ ଖାଦ୍ୟର ମହତ୍ତ୍ୱକୁ ସୂଚିତ କରେ ।

ଋିସର୍ଚ୍ଚରୁ କ’ଣ ମିଳିଲା ?

ଏହି ଅନୁସନ୍ଧାନରେ ଅଲ୍ଟ୍ରା- ପ୍ରୋସେସିଡ୍ ଖାଦ୍ୟର ଅତ୍ୟଧିକ ବ୍ୟବହାର ହେତୁ ଷ୍ଟ୍ରୋକ୍ ହେବାର ଆଶଙ୍କା ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଦେଖାଦେଇଛି । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଏହିପରି ଜିନିଷ ଯେତେ କମ୍ ଖିଆଯାଏ, ତେବେ ଚିନ୍ତା କ୍ଷମତାର କ୍ଷତି ହେବାର ଆଶଙ୍କା ୧୨ ପ୍ରତିଶତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ୯ ପ୍ରତିଶତ କମିଯାଇପାରେ ।

Get real time updates directly on you device, subscribe now.