fbpx

ଜୟା ବଚ୍ଚନଙ୍କ କଥା ଶୁଣି କାହିଁକି କାନ୍ଦିବାକୁ ଲାଗିଲେ ଐଶ୍ୱର୍ଯ୍ୟା, ଅଭିଷେକ ବି ରହିଥିଲେ ଚୁପ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ବଚ୍ଚନ ପରିବାର ମଧ୍ୟରେ କିଛି ଠିକ ନ ଚାଲିଥିବା ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସଂପର୍କ ଏପରି ଥିଲା ଯେ, ସେ ନିଜ ବୋହୂର ପ୍ରଶଂସା ନ କରି ରହିପାରୁନଥିଲେ । ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ କିଛିଦିନ ହେବ ବଚ୍ଚନ ପରିବାର ସହ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କୁହାଯାଉଛି ଯେ, ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛି । ହେଲେ ଏହି ଖବରୁ ନେଇ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସିନାହିଁ । ବର୍ତ୍ତମାନ ଏହାରି ମଧ୍ୟରେ ଆମେ ଆପଣଙ୍କୁ ଶାଶୁ ବୋହୂଙ୍କ ସଂପର୍କ ବିଷୟରେ କହିବାକୁ ଯାଉଛୁ ।

ଜୟା ବଚ୍ଚନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଅନେକ କଥା କହିଥିଲେ, ଯାହାକୁ ଶୁଣି ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଜୟା ବଚ୍ଚନ ଏକ ଆୱାର୍ଡ ଫଙ୍ଗସନ ସମୟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିବାହ ପରେ କହିଥିଲେ ଯେ, ଏକ ଲଭଲୀ ଗାର୍ଲର ଶାଶୁ ହୋଇସାରିଛି । ତାଙ୍କ ଭିତରେ ବହୁତ ଗୁଣ ଏବଂ ତାଙ୍କ ମୁହଁରେ ସର୍ବଦା ହସ ରହିଥାଏ ।

ସେ ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ଆହୁରି କହିଛନ୍ତି ଯେ, ସମଗ୍ର ପରିବାର ତୁମକୁ ବହୁତ ଭଲପାଏ ଏବଂ ବଚ୍ଚନ ପରିବାରକୁ ଆପଣଙ୍କୁ ସ୍ୱାଗତ । ଯେବେ ଜୟା ବଚ୍ଚନ ଷ୍ଟେଜ ଉପରେ ସ୍ପିଚ୍ ଦେଉଥିଲେ, ସେହି ସମୟରେ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ବସିଥିଲେ ।

Get real time updates directly on you device, subscribe now.