fbpx

Breaking: ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଲା କାର୍, ଚାଲିଗଲା 7 ଜୀବନ

ଗାନ୍ଧୀନଗର : ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା କାର୍-ଟ୍ରକ । ଦୁର୍ଘଟଣାରେ ଚାଲିଗଲା 7 ଜୀବନ । ଗୁଜୁରାଟର ସବରକୋଣ୍ଡା ଜିଲ୍ଲାର ହିମତନଗର ନିକଟରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଟ୍ରକକୁ ଧକ୍କା ହେବା ପରେ କାରଟି ସମ୍ପୁର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି । କିଛି ଅଂଶ ଦୂରକୁ ଛିଟିକି ପଡିଛି । ଦୁର୍ଘଟଣା ଘଟିବା ପରେ ଖବରପାଇ ପୋଲିସ ଏବଂ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ତେବେ ଦୁର୍ଘଟଣାରେ ଆହତ ହୋଇଥଇବା ବ୍ୟକ୍ତିମାନେ ଦୁର୍ଘଟଣା ଦେଖି ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଏସପି ବିଜୟ ପଟେଲଙ୍କ କହିବା ଅନୁସାରେ, କାରରେ ରହିଥିବା ସମସ୍ତ 7ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, କାରରେ କିଛି ଜଣ ବ୍ୟକ୍ତି ସାମଲାଜି ଠାରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରୀ କରୁଥିଲେ । ତେବେ ହିମତନଗର ନିକଟରେ ଟ୍ରକକୁ ଧକ୍କା ଦେଇଥିଲା କାର୍ । ତେବେ ଦୁର୍ଘଟଣା ସମୟରେ କାରର ବେଗ ଅଧିକ ରହିଥିବା କାରଣରୁ 7ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏସପି ବିଜୟ ପଟେଲ ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୃତକମାନଙ୍କ ସ୍ପଷ୍ଟ ପରିଚୟ ମିଳିପାରି ନଥିବା ବେଳେ କାରରେ ରହିଥିବା କାଗଜପତ୍ରକୁ ଆଧାର କରି ଯାଞ୍ଚ ଆରମ୍ଭ କରାଯାଇଛି । ବ୍ୟବଚ୍ଛେଦ ପରେ ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Get real time updates directly on you device, subscribe now.