fbpx

ପ୍ରଶାନ୍ତ ମହାସାଗରରେ ଚୀନର ଶକ୍ତିଶାଳୀ ମିଶାଇଲ ପରୀକ୍ଷଣ, ଆମେରିକା ଓ ବନ୍ଧୁ ରାଷ୍ଟ୍ର ଚିନ୍ତାରେ

ନୂଆଦିଲ୍ଲୀ: ଶକ୍ତି ପ୍ରଦର୍ଶନରେ ଚୀନ ଓ ଆମେରିକା ମଧ୍ୟରେ ଲାଗିରହିଥିବା ଲଢେଇ ବିଷୟରେ ସମସ୍ତେ ଜାଣନ୍ତି । ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଦୁଇ ଦେଶ ବୃଦ୍ଧିକରିବାରେ ଲାଗିଛନ୍ତି । ଏହାରି ଭିତରେ ପ୍ରଶାନ୍ତ ମହାସାଗରରେ ଚୀନର ପିପୁଲ୍ସ ଲିବେରେସନ ଆର୍ମୀ ଏକ ଅନ୍ତର୍ମହାଦ୍ୱୀପ ବାଲେଷ୍ଟିକ ମିଶାଇଲର ସଫଳ ପରୀକ୍ଷଣ କରିଛି । ଏହା ପରେ ଚିନ୍ତାରେ ପଡିଯାଇଛି ଆମେରିକା ଓ ତାର ବନ୍ଧୁରାଷ୍ଟ୍ର ସମୂହ ।

ଏମି ମିଶାଇଲ ଲଞ୍ଚକୁ ନେଇ ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି, ସେନାର ରକେଟ ଫୋର୍ସ ୨୫ ସେପ୍ଟେମ୍ବର ସକାଳ ୮.୪୪ରେ ପ୍ରଶାନ୍ତ ମହାସାଗରରେ ଏକ ଡମୀ ହତିଆର ମାଧ୍ୟମରେ ଆଇସିବିଏମ ଲଞ୍ଚ କରିଛି । ଯେଉଁ ସ୍ଥାନକୁ ଲକ୍ଷ୍ୟରେ ରଖି ମିଶାଇଲ ଉତ୍କ୍ଷେପଣ କରାଯାଇଥିଲା ସେହିଠାରେ ପଡିଛି ମିଶାଇଲ । ଏହି ଲଞ୍ଚ ଅନ୍ତରାଷ୍ଟ୍ରୀୟ ଆଇନ ଓ ଅନ୍ତରାଷ୍ଟ୍ରୀୟ ଅଭ୍ୟାସ ଅନୁଯାୟୀ ହୋଇଛି । ଏଥିରେ କୌଣସି ଦେଶକୁ ଟାର୍ଗେଟ କରାଯାଇନାହିଁ ।

କିନ୍ତୁ ଚୀନର ଏହି ଆକ୍ସନକୁ ନେଇ ଆମେରିକାର ଚିନ୍ତା ବଢିଯାଇଛି । କୁହାଯାଉଛି କି, ହିନ୍ଦ-ପ୍ରଶାନ୍ତ ମହାସାଗରରେ ଆମେରିକା ତାର ଏକ ମିଡ-ରେଞ୍ଜ କ୍ଷମତା ସମ୍ପନ୍ନ ଟାଇଫୁନ ମିଶାଇଲ ନିୟୋଜିତ କରିଛି । ଯାହାକୁ ନେଇ ଚୀନ ଖପ୍ପା ଥିଲା । ଆମେରିକାକୁ ମାତ ଦେବାକୁ ଚୀନ ଏମିତି କରିଥାଇପାରେ । ଅନ୍ୟପଟରେ ଚୀନ ତାର ପରମାଣୁ ଶକ୍ତି ଆମେରିକାଠାରୁ ଅଧିକ କରିବାକୁ ପରୀକ୍ଷଣ ଜାରି ରଖିଥିବା ଆମେରିକା ଗତ ଅକ୍ଟୋବରରେ କହିଥିଲା ।

ତେବେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରକୁ ବଢାଇବା ବିଶ୍ୱ ପାଇଁ ଏକ ଚେତାବନୀ ପାଲଟିଛି । କାରଣ ଆମେରିକା ଚୀନକୁ ମାତ ଦେବାକୁ ହିନ୍ଦ ପ୍ରଶାନ୍ତରେ ନିଜ ଉପସ୍ଥିତି ସୁଦୃଢ କରୁଛି । ସେପଟେ ଚୀନ ମଧ୍ୟ ଉପସ୍ଥାପନ ଜାହିର କରିଛି । ଏମିତି ହେଲେ, ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୁଏ ତେବେ ଏସୀୟ ସହ ୟୁରୋପ ଓ ଆମେରିକୀୟ ରାଷ୍ଟ୍ରମାନଙ୍କ ପାଇଁ ବିପଦର କାରଣ ହେବ ।

Get real time updates directly on you device, subscribe now.