fbpx

Breaking: ଦଶହରା ପୂର୍ବରୁ ଝଟକା; ବର୍ଷିଲେ ହାଇକୋର୍ଟ, ରାସ୍ତା ଉପରେ ତୋରଣ ମନା

କଟକ: ଦଶହରା ପାଇଁ ମାତ୍ର ଆଉ ଦିନ କେଇଟା ବାକି ରହିଥିବା ବେଳେ କଡା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହରର ରାସ୍ତାଘାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି । କୌଣସି ପ୍ରକାରେ ଗେଟ୍ କିମ୍ବା ତୋରଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାସ୍ତା ଉପରୁ କେବୁଲ ଏବଂ ତାର ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା 5 ତାରିଖ ସୁଦ୍ଧା ରାସ୍ତା ମରାମତି ସାରିବାକୁ ପୂର୍ତ୍ତ ସଚିବ କୋର୍ଟଙ୍କୁ ପ୍ରତିଶୃତି ଦେଇଛନ୍ତି । ତେବେ ପାର୍ବଣ ଋତୁ ପୂର୍ବରୁ ଏହା ବଡ ଝଟକା ବୋଲି କୁହାଯାଇପାରେ ।

ପୂର୍ବରୁ ଭସାଣୀରେ ଡିଜେକୁ ବାରଣ କରାଯାଇଥିବା ବେଳେ ଆଜି ପୂଜା ପାଇଁ ତୋରଣ ଏବଂ ବିଦ୍ୟୁତ ତାର ରାସ୍ତା ଉପରେ ପକେଇବା ପାଇଁ ବାରଣ କରିଛନ୍ତି । ବିଭାଗୀୟ ଅଧିକାରୀମାନଙ୍କୁ ସଠିକ ପାଳନ କରିବା ପାଇଁ କୋର୍ଟ ତାଗିଦ କରିଛନ୍ତି । ଆସନ୍ତା 3 ତାରିଖରେ ପରିବର୍ତ୍ତୀ ଶୁଣାଣି ପାଇଁ ଦିୱ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.