fbpx

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: କାହିଁକି ପାଳିତ ହୁଏ, ଜାଣନ୍ତୁ

ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖରେ ପାଳିତ ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁକୁ ନେଇ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଥାଏ । ଏଥରର ବାର୍ତ୍ତା ରହିଛି “ପର୍ଯ୍ୟଟନ ଓ ଶାନ୍ତି’ । ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂସ୍ଥା ଦ୍ୱାରା ୧୯୮୦ ମସିହାରୁ ଏହି ଦିନଟି ବିଶ୍ୱ ପର୍ଯ୍ୟଟନ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ପର୍ଯ୍ୟଟନ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଏହାର ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ମୂଲ୍ୟବୋଧକୁ ସାରା ବିଶ୍ୱରେ ଲୋକଙ୍କ ନିକଟରେ ପହଞ୍ଚାଇବା ।

ଏହିଦିନ ୟୁଏନ୍ଡବ୍ଲ୍ୟୁଟିଓର ଜେନେରାଲ ସେକ୍ରେଟାରି ସମସ୍ତ ଜନସାଧାରଣଙ୍କୁ ବିଶ୍ୱ ପର୍ଯ୍ୟଟନ ଦିବସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆହ୍ୱାନ ଦେଇଥାନ୍ତି । ବିଭିନ୍ନ ପର୍ଯ୍ୟଟନ ଉଦ୍ୟୋଗ, ପର୍ଯ୍ୟଟନ ସହ ସଂପୃକ୍ତ ସଂସ୍ଥା, ସରକାରୀ ଏଜେନ୍ସି ପ୍ରମୁଖ ଏହାକୁ ଆଗ୍ରହର ସହ ମଧ୍ୟ ପାଳନ କରିଥାନ୍ତି । ଏହିଦିନ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତ ଓ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ । ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ରିହାତିରେ ଟିକେଟ ଏବଂ ସ୍ୱତନ୍ତ୍ର ଅଫର ପ୍ରଦାନ କରାଯାଇଥାଏ ।

କାହିଁକି ପାଳନ କରାଯାଏ ବିଶ୍ୱ ପର୍ଯ୍ୟଟନ ଦିବସ:-
ପର୍ଯ୍ୟଟନ ନିଯୁକ୍ତି ଆଶା ବୃଦ୍ଧି କରିଥାଏ । ଲୋକମାନଙ୍କ ପାଇଁ ପର୍ଯ୍ୟଟନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଅଧିକରୁ ଅଧିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ । ପର୍ଯ୍ୟଟନ ଦେଶର ଆର୍ଥିକ ପରିସ୍ଥିତିକୁ ଦୂର କରିବାରେ ସାହାଯ୍ୟ କରିଥାଏ । କେତେକ ଦେଶର ଆର୍ଥିକ ସ୍ଥିତି ପର୍ଯ୍ୟଟନ ଉପରେ ନିର୍ଭର କରେ। ପର୍ଯ୍ୟଟନ ଦିବସର ଉଦ୍ଦେଶ୍ୟ ହେଉଛି ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ।

କେବେ ଆରମ୍ଭ ହୋଇଥିଲା ବିଶ୍ୱ ପର୍ଯ୍ୟଟନ ଦିବସ :-

ପର୍ଯ୍ୟଟନ ସହିତ ଜଡ଼ିତ ଥିବା ଲୋକଙ୍କ ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ପର୍ଯ୍ୟଟନ ଏବଂ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବିଶ୍ୱ ପର୍ଯ୍ୟଟନ ଦିବସ ୧୯୭୦ରେ ବିଶ୍ୱ ପର୍ଯ୍ୟଟନ ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିଲା । ୨୭ ସେପ୍ଟେମ୍ବର ୧୯୮୦ରେ ପ୍ରଥମ ଥର ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଥିଲା ।

Get real time updates directly on you device, subscribe now.