fbpx

ମାଲକାନଗିରିରେ ମାଓ ବିରୋଧୀ ପୋଷ୍ଟର, ଆଦିବାସୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ

ମାଲକାନଗିରି: ଦିନକୁ ଦିନ ମାଓବାଦୀଙ୍କ ତାଣ୍ଡବ ବୃଦ୍ଧି ପାଉଥିବା ବେଳେ ଏହା ସାଧାରଣ ଜନତା ଏବଂ ପୋଲିସଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଶେଷକରି ମାଓ ପ୍ରବଣ ଅଞ୍ଚଳରେ ଲୋକମାନେ ଭୟରେ ଦିନ ବିତାଉଛନ୍ତି । ଏଥିମଧ୍ୟରେ ମାଲକାନଗିରିରେ ମାଓ ବିରୋଧୀ ପୋଷ୍ଟରକୁ ନେଇ ଚର୍ଚ୍ଚା ହେଉଛି ।

ସ୍ୱାଭିମାନ ଅଞ୍ଚଳ, ବଣ୍ଡାଘାଟି, କାଲିମେଳା ଅଞ୍ଚଳରେ ପୋଷ୍ଟର ଲଗାଯାଇଛି । ମାଓ ସଂଗଠନରେ ଆଦିବାସୀଙ୍କୁ ନିର୍ଯାତନା ଏବଂ ମାଓ ନେତାଙ୍କ ବିରୋଧରେ ମହିଳା ଶୋଷଣ ଅଭିଯୋଗ ନେଇ ଆଦିବାସୀ ସୁରକ୍ଷା ମଞ୍ଚ୍ ପକ୍ଷରୁ ଏପରି ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.