fbpx

ଆସୁଛି ଏମିତି ଏକ ଦିନ, ଯେଉଁ ଦିନରେ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ସହଜ, ଦୂର ହେବ ସବୁ ସମସ୍ୟା

ଓଡିଶା ଭାସ୍କର: ଏବେ ପିତୃପକ୍ଷ । ଘରେ ଘରେ ପିତୃପୁରୁଷଙ୍କ ପାଇଁ ଆୟୋଜନ ହେଉଛି ଶ୍ରାଦ୍ଧ, ତର୍ପଣର ବିଧାନ । ତେବେ ଖାଲି ଏମିତି ପୂଜା, ତର୍ପଣ କରିଦେଲେ କିଛି ହେବନି । ପୁର୍ବଜଙ୍କୁ ସନ୍ତୁଷ୍ଟ କରିବାକୁ କେତେକ ବିଶେଷ ଦିନ ଓ ପୂଜା ବିଧି ଆପଣଙ୍କୁ ଦେଇଥାଏ ସର୍ବୋକୃଷ୍ଟ ଫଳ । ଏମିତି ସର୍ବସିଦ୍ଧି ପ୍ରଦାନକାରୀ ଏକ ଦିନ ହେଉଛି ସର୍ବପିତୃ ଅମାବାସ୍ୟା । ଏହି ଦିନ ପୂର୍ବଜଙ୍କୁ ଆରାଧନା କରି ପୂଜା କରିବାରେ ମିଳିବ ବିଶେଷ ସୁଫଳ ।

ଆସନ୍ତା ୨ ତାରିଖରେ ଆସୁଛି ସର୍ବପିତୃ ଅମାବାସ୍ୟା । ଏହି ଦିନ ପୂର୍ବଜଙ୍କୁ ଶ୍ରାଦ୍ଧ ତର୍ପଣ ପ୍ରଦାନ କଲେ ପିତୃପୁରୁଷଙ୍କ ଆଶୀର୍ବାଦ ଅଜାଡି ହୋଇପଡିଥାଏ ବ୍ୟକ୍ତିଙ୍କ ଉପରେ ବୋଲି ବିଶ୍ୱାସ ରହିଛି । ତେବେ ଏହି ବିଶେଷ ଦିନରେ କେମିତି କରିବେ ପୂଜା ତାକୁ ନେଇ ଆସନ୍ତୁ ଜାଣିବେ ।

ଏହି ଦିନରେ ସମସ୍ତ ପୂର୍ବପୁରୁଷଙ୍କର ଶ୍ରାଦ୍ଧ ଦିଆଯାଇପାରିବ । କୌଣସି ପୂର୍ବଜଙ୍କ ମୃତ୍ୟୁର ତିଥି, ବାର ଜଣାନଥିଲେ ମଧ୍ୟ ଏହି ଦିନରେ ସେମାନଙ୍କୁ ଶ୍ରଦ୍ଧ ଦେଲେ ତାହାକୁ ସେମାନେ ଗ୍ରହଣ କରିଥାନ୍ତି । ଏହି ଦିନ ତର୍ପଣ,ଶ୍ରାଦ୍ଧ, ପିଣ୍ଡଦାନ, ବ୍ରାହ୍ମଣ ଭୋଜନ ସହ ପଞ୍ଚକର୍ମ କରିବା ଶୁଭଙ୍କର ହୋଇଥାଏ । ଏହି ଦିନ, ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଗୀତାପଠ କରିବା ମଧୟ ଭଲ । ଏହା ବ୍ୟତୀତ, ପିତୃ ସୁକ୍ରମ ପାଠ, ରୁଚି କୃତ ପିତୃ ସ୍ତୋତ୍ର, ପିତୃ ଗାୟତ୍ରୀ ପାଠ କରିବା ଦ୍ୱାରା ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି ।

ଏହି ଦିନ ନଦୀରେ ବୁଡ ପକାଇବାକୁ ମଧ୍ୟ ଶୁଭ ବୋଲି ବିଶ୍ୱାସ ରହିଛି । ଯଦି ନଦୀରେ ସ୍ନାନ କରିବାର ସୁବିଧା ନାହିଁ, ତେବେ ଘରେ ପାଣିରେ ଗଙ୍ଗାଜଳ ମିଶାଇ ସେଥିରେ ସ୍ନାନ କରିବା ଜରୁରୀ । ସବୁଠାରୁ ଜରୁରୀ କଥା କି, ଦିନରେ ଯେଉଁ ସମୟରେ କୁତୁପ, ରୋହିଣୀ ବା ଅଭିଜିତ ମୁହୂର୍ତ୍ତ ପଡିବ, ସେହି ସମୟରେ ତର୍ପଣ ଓ ଶ୍ରାଦ୍ଧ ଶୁଭ ।

ଏମିତି କରି ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିପାରିଲେ, ଆପଣଙ୍କ ଜୀବନର ସବୁ ଦୁଃଖ ଦୂରହେବ ଓ ଜୀବନ ସୁଖ, ଶାନ୍ତି ସମୃଦ୍ଧିରେ ଭରିଯିବ । କେବେ ଧନର ଅଭାବ ରହିବ ନାହିଁ ।

Get real time updates directly on you device, subscribe now.