fbpx

ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଥାଏ କି ଅଧିକ ଯୌନ ଇଚ୍ଛା? ଜାଣନ୍ତୁ ଉତ୍ତରରେ କ’ଣ କହିଲେ ବିଶେଷଜ୍ଞ

ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧ ଦେଖି, ଆମ ଚାରିପାଖରେ ଥିବା ଅନେକ ପୁରୁଷଙ୍କ ଖରାପ କାର୍ଯ୍ୟକଳାପ ବିଷୟରେ ଶୁଣି କିମ୍ବା ଭାରତ ତଥା ବିଦେଶରେ ମି ଟୁ ଭଳି ଅଭିଯାନ ଦେଖିବା ପରେ ଏକ ବଡ଼ ପ୍ରଶ୍ନ ଉଠୁଛୁ ଯେ, କ’ଣ ପୁରୁଷମାନଙ୍କର ରହିଛି କି ଅଧିକ ଯୌନ ଇଚ୍ଛା?

ଅଧିକାଂଶ ସଂପର୍କରେ ପୁରୁଷମାନେ ଯୌନ ସମ୍ପର୍କ ବିଷୟରେ ଦାବି କରୁଥିବା ଦେଖାଯାଏ । ପାରମ୍ପାରିକ ଭାବରେ ମଧ୍ୟ ଖୁବ୍ କମ୍ ମହିଳା ଏହି ପ୍ରସଙ୍ଗରେ ପଦକ୍ଷେପ ନେଉଥିବାର ଦେଖିବାକୁ ମିଳିଛି । ଯଦିଓ ଯୌନ ସମ୍ପର୍କ ପ୍ରସଙ୍ଗ ଅତ୍ୟନ୍ତ ବ୍ୟକ୍ତିଗତ, ବିଶେଷଜ୍ଞମାନେ ଏହା ଉପରେ ଏକ ସ୍ପଷ୍ଟ ମତ ରଖିଛନ୍ତି ।

ଯୌନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିଧି ଝା ବାର୍ତ୍ତାଳାପ ସମୟରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ମହିଳାଙ୍କ ତୁଳନାରେ ପୁରୁଷମାନଙ୍କର ଅଧିକ ଯୌନ ଇଚ୍ଛା କିମ୍ବା ଯୌନ ସମ୍ପର୍କର ଆବଶ୍ୟକତା ରହିଛି ବୋଲି ଡାଟା କିମ୍ବା ବିଜ୍ଞାନ ଭାବରେ ସଠିକ ବିବେଚନା କରାଯାଇପାରିବ ନାହିଁ । ଡାକ୍ତର ଝା କହିଛନ୍ତି ଯେ ଏହା ଏକ ବୈଜ୍ଞାନିକ ତଥ୍ୟ ଯେ ଯୌନ ସମ୍ପର୍କ ସମୟରେ ପୁରୁଷମାନଙ୍କର ଗୋଟିଏ ଅର୍ଗାଜିମ୍ ଥାଏ, ଯେତେବେଳେ କି ମହିଳାମାନେ ଏକାଧିକ ଅର୍ଗାଜିମ୍ ପାଇପାରନ୍ତି । ତଥାପି, କୁହାଯାଏ ଯେ ପ୍ରଥମ ଅର୍ଗାଜିମ୍ ପରେ ମହିଳାମାନେ ଶୀଘ୍ର ପରବର୍ତ୍ତୀ ଅର୍ଗାଜିମ୍ ପାଇପାରିବେ ।

ପୁରୁଷମାନଙ୍କୁ ସକ୍ରିୟ ଏବଂ ମହିଳାମାନଙ୍କୁ ପ୍ୟାସିଭ୍ ପାର୍ଟନର ବୋଲି କହିବା ଭୁଲ୍:

ଡାକ୍ତର ନିଧି ଝା କହିଛନ୍ତି ଯେ, ଅନେକ ଥର ଆମେ ନକଲି ଅର୍ଗାଜିମ୍ ବିଷୟରେ ଆଲୋଚନା ଶୁଣିଥାଉ । ଏହା କାହିଁକି ଘଟେ? କାରଣ ମହିଳା ନିଜ ସାଥୀଙ୍କ ଭାବନାକୁ ସମ୍ମାନ କରନ୍ତି । ଏହି ଘଟଣାରୁ ଏହା ସ୍ପଷ୍ଟ ଯେ ଯୌନ ସମ୍ପର୍କ ସମୟରେ ମହିଳାମାନେ ମଧ୍ୟ ଆକ୍ଟିଭ୍ ପାର୍ଟନର ହୋଇଥାନ୍ତି । ପୁରୁଷମାନଙ୍କୁ ସକ୍ରିୟ ଏବଂ ମହିଳାମାନଙ୍କୁ ପାସିଭ୍ ପାର୍ଟନର ବୋଲି କହିବାର କାରଣ ମଧ୍ୟ ପିତୃ ସତାତ୍ମକ ସମାଜ ହେତୁ ହୋଇପାରେ । ଏହି କାରଣରୁ ମହିଳାମାନେ ସେମାନଙ୍କର ଯୌନ ଇଚ୍ଛାକୁ ଅଧିକ ପ୍ରକାଶ କରିବାକୁ ସକ୍ଷମ ହୋଇନଥାନ୍ତି କିମ୍ବା ଯୌନ ସମ୍ବନ୍ଧରେ ଅତ୍ୟନ୍ତ ସକ୍ରିୟ ବିବେଚିତ ହୁଅନ୍ତି ନାହିଁ । ଅବଶ୍ୟ ବର୍ତ୍ତମାନ ଏହା ଦ୍ରୁତ ଗତିରେ ବଦଳିବାରେ ଲାଗିଛି ।

ଡକ୍ଟର ଝା କହିଛନ୍ତି ଯେ ବିଜ୍ଞାନ ଅନୁଯାୟୀ, ଯୌନ ଇଚ୍ଛା ଦୃଷ୍ଟିରୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ । ଡାଟା ଦର୍ଶାଏ ଯେ ମହିଳାମାନେ କୌଣସି ପ୍ରକାରେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି ।

Get real time updates directly on you device, subscribe now.