fbpx

ବିନା ବାଦଲରେ ଦିଲ୍ଲୀରେ ହେବ ବର୍ଷା… ହ୍ରାସ କରିବ ପ୍ରଦୂଷଣ, ଜାଣନ୍ତୁ କୃତ୍ରିମ ବର୍ଷାରେ କେତେ ହୋଇଥାଏ ଖର୍ଚ୍ଚ ?

ନୂଆଦିଲ୍ଲୀ: ଦିଲ୍ଲୀରେ ନୂତନ ସରକାର ଗଠନ ହୋଇଛି । ଦିଲ୍ଲୀରେ ଅକ୍ଟୋବର- ନଭେମ୍ବରରେ ପ୍ରଦୂଷଣ ସ୍ତର ଶୀର୍ଷରେ ରହିଥିାଏ । ତେଣୁ ନୂତନ ସରକାର ଏହି ଋତୁରେ କୃତ୍ରିମ ବର୍ଷା(artificial rain) କରାଇବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏହା ଦ୍ୱାରା କିଛି ଦିନ ପାଇଁ ସ୍ମଗ୍ ଏବଂ ପ୍ରଦୂଷଣରୁ ମୁକ୍ତି ମିଳିପାରିବ । କିନ୍ତୁ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି କୃତ୍ରିମ ବର୍ଷା କରାଇବା କ’ଣ ପାଇଁ ଆବଶ୍ୟକ ? ଏଥିରେ କେତେ ଖର୍ଚ୍ଚ ହୋଇଥାଏ ଏବଂ କେତେ ଦିନ ପର୍ଯ୍ୟନ୍ତ ପ୍ରଦୂଷଣରୁ ନିସ୍ତାର ମିଳିବ ? କହିରଖୁଛୁ ଗତ ବର୍ଷ ଦିଲ୍ଲୀ ସରକାର ନଭେମ୍ବର ୨୦ ଏବଂ ୨୧କୁ ଦିଲ୍ଲୀରେ କୃତ୍ରିମ ବର୍ଷା କରାଇଥିଲେ । ସେତେବେଳେ IIT କାନପୁରକୁ ଏହି ଦାୟିତ୍ୱ ଦିଆଯାଇଥିଲା । ଚଳିତ ବର୍ଷ ବି IIT କାନପୁରକୁ ଏହି ଦାୟିତ୍ୱ ଦିଆଯିବ ।

କୃତ୍ରିମ ବର୍ଷା ପାଇଁ କ’ଣ ଆବଶ୍ୟକ ?

– ପ୍ରଥମ ହାୱାର ଗତି ଏବଂ ଦିଗ

– ଦ୍ୱିତୀୟ ଆକାଶରେ ୪୦% ବାଦଲ ଏବଂ ସେଥିରେ ଜଳ ଥିବା ଆବଶ୍ୟକ

ଏହି ଦୁଇଟି ପରିସ୍ଥିତିରେ ଟିକିଏ ଉପର ତଳ ହେଲେ ଚଳିବ କିନ୍ତୁ ଅଧିକ ଅନ୍ତର ହେଲେ ଦିଲ୍ଲୀ ଉପରେ କୃତ୍ରିମ ବର୍ଷା କରିବାର ଟ୍ରାଏଲ ଫଳପ୍ରଦ ହେବ ନାହିଁ । ଏହାର ବିପରିତ ପ୍ରଭାବ ପକାଇପାରେ ।

କିପରି ହୋଇଥାଏ କୃତ୍ରିମ ବର୍ଷା ?

କୃତ୍ରିମ ବର୍ଷା ନାଁ ଶୁଣିଲେ ଯେତିକି ସହଜ ମନେ ହେଉଛି ସେତିକି ନୁହେଁ । କୃତ୍ରିମ ବର୍ଷା ପାଇଁ ବେଜ୍ଞାନିକମାନେ ଆକାଶରେ ଏକ ଉଚ୍ଚତା ନିଶ୍ଚିତ କରିଥାନ୍ତି । ସେଠାରେ ବିମାନ, ବେଲୁନ୍ କିମ୍ବା ରକେଟ୍ ଦ୍ୱାରା ବାଦଲରେ ଆୟୋଡାଇଡ୍‌, ଡ୍ରାଏ ଆଇସ୍ ଏବଂ ସାଧାରଣ ଲୁଣ ଛାଡ଼ି ଦିଆଯାଏ । ଏହାକୁ କ୍ଳାଉଡ୍ ସିଡିଂ(cloud seeding) । ଏଥିପାଇଁ ଉଚିତ ବାଦଲର ଚୟନ କରିବା ଜରୁରୀ ଅଟେ । ଶୀତ ଦିନେ ବାଦଲରେ ପର୍ଯ୍ୟାପ୍ତ ମାତ୍ରାରେ ଜଳ ଅଭାବ ଦେଖାଦେଇଥାଏ । ତେଣୁ ଜଳ ଥିବା ବାଦଲର ଚୟନ କରାଯାଇଥାଏ ଯେପରି ବର୍ଷା ହେଲେ ପାଣି ଧରାପୃଷ୍ଠକୁ ଯିବ । ଏପର୍ଯ୍ୟନ୍ତ କିଛି ବୈଜ୍ଞାନିକ ପ୍ରମାଣ ମିଳିପାରିନାହିଁ କି ବର୍ଷା ହେଲେ ପ୍ରଦୂଷଣ ହ୍ରାସ ହେବ କିମ୍ବା କେତେ କମ ହେବ । କ୍ଲାଉଡ୍ ସିଡିଂ ପାଇଁ ଛୋଟ ସେସନ୍ ହୋଇଥାଏ ଯେଉଁଥିରେ ବିମାନ ଦ୍ୱାରା ସିଲଭର ଆୟୋଡାଇଡକୁ ହାଇ ପ୍ରେସର ବାଦଲରେ ଛଡ଼ାଯାଏ । ଏଥିପାଇଁ ବିମାନ ପବନର ଓଲଟା ଦିଗରେ ଉଡ଼ାଣ ଭରିଥାଏ । ଏହା ପରେ ବାଦଲରେ ଥିବା ଜଳ ଶୂନ୍ୟ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥଣ୍ଡା ହୋଇଯାଏ । ଫଳରେ ପବନରେ ଥିବା ପାଣିର କଣିକା ଜମିଯାଏ । ଏହି କଣିକା ପ୍ରାକୃତିକ ତୁଷାର ଭଳି ମନେ ହୁଏ । ଏହା ପରେ ବର୍ଷା ହୁଏ ।

ଦିଲ୍ଲୀରେ କୃତ୍ରିମ ବର୍ଷା କରାଗଲେ ପ୍ରାୟ ୧୦ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ଏପରି ୫୩ଟି ଦେଶ ରହିଛି ଯେଉଁଠି କୃତ୍ରିମ ବର୍ଷା କରାଯାଇଛି । ଅପରପକ୍ଷରେ ବେଜ୍ଞାନିକଙ୍କ କହିବାନୁଯାୟୀ କୃତ୍ରିମ ବର୍ଷା ସ୍ମଗ୍ କିମ୍ବା ପ୍ରଦୂଷଣର ସ୍ଥାୟୀ ସମାଧାନ ନୁହେଁ । ଏଥିରୁ ୪-୫ କିମ୍ବା ୧୦ ଦିନ ପାଇଁ ଆଶ୍ୱସ୍ତି ମିଳିପାରେ । କିନ୍ତୁ ହଠାତ ପବନର ଗତି ବୃଦ୍ଧି ହେଲେ ଅନ୍ୟ କୌଣସି ଜିଲ୍ଲାରେ ବର୍ଷା ହୋଇପାରେ । ତେଣୁ ପବନ ଏବଂ ବାଦଲର ସଠିକ ଗତିର ଗଣନା କରିବା ଆବଶ୍ୟକ ।

Get real time updates directly on you device, subscribe now.