fbpx

Relationship Tips: ବୋହୂକୁ କମଫର୍ଟେବଲ ଫିଲ୍ କରାନ୍ତୁ, ସମ୍ପର୍କ ହେବ ସୁଦୃଢ଼, ଶାଶୁ- ଶ୍ୱଶୁର ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ବିବାହ ପରେ ପ୍ରତ୍ୟେକ ଝିଅଙ୍କ ଜୀବନରେ ନୂଆ ମୋଡ଼ ଆସିଥାଏ । ନୂଆ ବୋହୂ ଉପରେ ଦୁଇଟି ଘରର ସମ୍ପର୍କ ବାନ୍ଧି ରଖିବା ପାଇଁ ବଡ଼ ଦାୟିତ୍ୱ ଥାଏ । ପ୍ରଥମେ ପ୍ରଥମେ ନୂଆ ବୋହୂଟିଏ ଲାଜେଇଥାଏ । ସମୟକ୍ରମେ ଶ୍ୱଶୁର ଘର ପରିବାର ସଦସ୍ୟଙ୍କ ସହ ଧିରେ ଧିରେ ଆଡଜଷ୍ଟ ହେବାକୁ ଶିଖିଥାଏ । ସେମାନଙ୍କ ପସନ୍ଦ ନାପସନ୍ଦକୁ ଜାଣି ଚଳିବାକୁ ଚେଷ୍ଟା କରିଥାଏ । ଏଥିପାଇଁ କେବଳ ବୋହୂର ଏକାକୀ ପ୍ରଚେଷ୍ଟା କାମ ଦେଇନଥାଏ । ନୂଆ ବୋହୂକୁ ଶ୍ୱଶୁର ଘରେ କମଫର୍ଟେବଲ ଫିଲ୍ କରାଇବା ପଛରେ ଶାଶୁ ଶ୍ୱଶୁରଙ୍କ ମଧ୍ୟ ଗୁରୁ ଦାୟିତ୍ୱ ରହୁଛି । ଏହା ଦ୍ୱାରା ଶାଶୁ, ଶ୍ୱଶୁର ଓ ବୋହୂଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଥାଏ । ବୋହୂ ମଧ୍ୟ ଶାଶୁ- ଶ୍ୱଶୁରଙ୍କ ଠାରୁ ଝିଅ ପରି ଭଲପାଇବା ଚାହିଁଥାଏ । ତେଣୁ ଶାଶୁ ଶ୍ୱଶୁର ନିମ୍ନଲିଖିତ ଟିପ୍ସ ଆପଣାଇପାରିବେ ।

୧. ପରସ୍ପରକୁ ସମୟ ଦିଅନ୍ତୁ: ନୂଆ ବୋହୂ ସହ ଅଧିକ ସମୟ ବିତାନ୍ତୁ । ନିଜ ଘର ଛାଡ଼ି ଆସିବା ପରେ ତାକୁ ଏକୁଟିଆ ଅନୁଭବ କରାନ୍ତୁ ନାହିଁ । ବୋହୂଙ୍କ କଥା ଶୁଣନ୍ତୁ, ବୁଝିବା ପାଇଁ ପ୍ରୟାସ କରନ୍ତୁ ଇତ୍ୟାଦି । ନିଜ ଅଭିଜ୍ଞତା ବିଷୟରେ କୁହନ୍ତୁ । ଏହା ଦ୍ୱାରା ଶ୍ୱଶୁର ଘର ସଦସ୍ୟଙ୍କ ସହ ସମ୍ପର୍କ ଦୃଢ଼ ହୋଇଥାଏ । ବୋହୂର ମନରେ କୌଣସି ଡର ଥିଲେ ତାକୁ ଦୂରେଇବା ପାଇଁ ଚେଷ୍ଟା କରନ୍ତୁ ।

୨. ବନ୍ଧୁତା: ଶାଶୁ ଶ୍ୱଶୁର ବୋହୂ ସହ ପ୍ରଥମେ ବନ୍ଧୁତାର ସମ୍ପର୍କ ସ୍ଥାପନ କରନ୍ତୁ । ଏହା ଦ୍ୱାରା ସେ ଆପଣଙ୍କ ସହ କଥାବାର୍ତ୍ତା ହେବା ପାଇଁ ସହଜ ଅନୁଭବ କରିବ । ନିଜ ଝିଅ ଭଳି ବୋହୂକୁ ସୁରକ୍ଷିତ ଅନୁଭବ କରାନ୍ତୁ । ଛୋଟ ଛୋଟ କାମ ପାଇଁ ପ୍ରଶଂସା କରନ୍ତୁ । ଭୁଲ ଥିଲେ ସୁଧାରିବା ପାଇଁ ପରାମର୍ଶ ଦିଅନ୍ତୁ । ବେଳେ ବେଳେ ବୋହୂର ସେବା କରନ୍ତୁ ।

୩. ପରାମର୍ଶ: ନୂଆ ବୋହୂକୁ ଶ୍ୱଶୁର ଘରେ ଆଡଜଷ୍ଟ ହେବା ପାଇଁ ଶାଶୁ ଶ୍ୱଶୁରଙ୍କ ପରାମର୍ଶର ଆବଶ୍ୟକତା ଥାଏ । ତେଣୁ ନୂଆ ବୋହୂ ନ ଘାବରାଇ ଘରର ଗୁରୁତ୍ୱପୂର୍ଣ୍ଣ ବିଷୟରେ ପରାମର୍ଶ ନେବା ପାଇଁ କୁଣ୍ଠାବୋଧ କରନ୍ତୁ ନାହିଁ । ଅପରପକ୍ଷରେ ଶାଶୁ ଶ୍ୱଶୁର ମଧ୍ୟ ବୋହୂଠାରୁ କିଛି ନୂଆ ଜିନିଷ ଶିଖିବା ପାଇଁ ଆଗେଇ ଆସି ପାରନ୍ତି । ଦୁହିଙ୍କୁ ପରସ୍ପରର ସମ୍ମାନ କରିବା ଉଚିତ । ଶାଶୁ ଶ୍ୱଶୁରଙ୍କୁ ନୂଆ ବୋହୂ ସହ ଧୈର୍ଯ୍ୟର ସହ ଆଚରଣ କରିବା ଉଚିତ ।

୪. ସପୋର୍ଟ କରନ୍ତୁ: ବାହାଘର ପରେ ଅଧିକାଂଶ ଝିଅଙ୍କ କ୍ୟାରିୟର କରିବା ଆଶା ମଉଳି ଯାଇଥାଏ । ବୋହୂକୁ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରନ୍ତୁ । ସେମାନଙ୍କୁ ଚ୍ୟାଲେଞ୍ଜ୍ ନେବା ଦିଗରେ ଗାଇଡ୍ କରନ୍ତୁ । ସେମାନଙ୍କୁ ସହଯୋଗ କରିବା ସହ ସାହସ ଦିଅନ୍ତୁ । ଏହା ଦ୍ୱାରା ସେମାନେ ନିଜ ପାଇଁ ଫାଇନାନସିଆଲି ଇଣ୍ଡିପେଣ୍ଡେଣ୍ଟ ହୋଇପାରିବେ ।

୫. ସ୍ପେଶାଲ ଅନୁଭବ କରାନ୍ତୁ: ଶାଶୁ ବୋହୂ ସମ୍ପର୍କକୁ ଦୃଢ଼ କରିବା ପାଇଁ ପରସ୍ପରକୁ ସ୍ପେଶାଲ ଫିଲ୍ କରାନ୍ତୁ । ଉତ୍ସବ ବ୍ୟତୀତ ଅନ୍ୟ ଦିନରେ ବୋହୂକୁ ସୁନ୍ଦର ଉପହାର ଦେଇପାରିବେ । ବୋହୂକୁ ସରପ୍ରାଇଜ୍ ଦେବା ପାଇଁ ସାଙ୍ଗସାଥିଙ୍କୁ ଘରେ ଡକାଇ ଏକ ପାର୍ଟି ଆୟୋଜନ କରିପାରିବେ । ବୋହୂ ସହ ଶପିଂ, ମୁଭି ଇତ୍ୟାଦି ପ୍ଲାନ୍ କରିପାରିବେ ।

Get real time updates directly on you device, subscribe now.