fbpx

ହସନ ନସରଲ୍ଲାଙ୍କ ମୃତଦେହରେ ନାହିଁ କୌଣସି ଆଘାତର ଚିହ୍ନ, ତେବେ କିପରି ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଶରୀର କ୍ଷତ ବିକ୍ଷତ ଅବସ୍ଥାରେ ମିଳିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଏପରି କିଛି ଘଟିନଥିଲା। ସୂଚନାନୁଯାୟୀ, ତାଙ୍କ ମୃତଦେହକୁ ଲେବାନନର ବେରୂତରୁ ଉଦ୍ଧାର କରାଯାଇଛି, ଯେଉଁଠାରେ ଇସ୍ରାଏଲ ସେନାଙ୍କ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଥିଲା। ବର୍ତ୍ତମାନ ନସରଲ୍ଲାଙ୍କୁ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢୁଛି। କାରଣ ତାଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ନାହିଁ। ସମ୍ଭାବନା ବ୍ୟକ୍ତ କରାଯାଉଛି ଯେ, ଭୀଷଣ ବୋମାମାଡର ଝଟକାରେ ତାଙ୍କର ପ୍ରାଣହାନି ଘଟିଛି।

ନ୍ୟୁଜ ଏଜେନ୍ସି ରଏଟର୍ସ ଲେବାନନର ସିକ୍ୟୁରିଟି ଏବଂ ମେଡିକାଲ ସୋର୍ସେସ ପକ୍ଷରୁ ଖବର ଦେଇଛି ଯେ, ହସନ ନସରଲ୍ଲାହଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ନାହିଁ। ଏପରି ଲାଗୁଛି ଯେ, ମୃତ୍ୟୁର କାରଣ ଜୋରରେ ବୋମାମାଡ କାରଣରୁ ହୋଇଥିବା ଟ୍ରାମା ଅଟେ। ଶନିବାର ଦିନ ହସନ ନସରଲ୍ଲାହଙ୍କ ମୃତ୍ୟୁ ଘୋଷଣା ହିଜବୁଲ୍ଲାଙ୍କ ପକ୍ଷରୁ କରାଯାଇଥିଲା, ହେଲେ ତାଙ୍କ ମୃତ୍ୟୁ କିପରି ହୋଇଛି ଏବଂ ଶବସତ୍କାର କେବେ କରାଯିବ ତାହା ବିଷୟରେ କୁହାଯାଇନାହିଁ।

ଇସ୍ରାଏଲ ଡିଫେନ୍ସ ଫୋର୍ସେଜ ସୂଚନା ଦେଇଥିଲେ ଯେ, ତାଙ୍କୁ ସଠିକ ଖବର ମିଳିଥିଲା ଯେ; ଲେବାନନର ଦହିୟାହ ଅଞ୍ଚଳରେ ଏକ ବିଲ୍ଡି ତଳେ ନିର୍ମାଣ ହୋଇଥିବା ହିଜବୁଲ୍ଲାର ସେଣ୍ଟ୍ରାଲ ହେଡକ୍ୱାଟରରେ ହସନ ନସରଲ୍ଲା ଉପସ୍ଥିତ ଥିଲେ। ଏହାପରେ ଇସ୍ରାଏଲର ଯୁଦ୍ଧ ବିମାନ ସଙ୍ଗେ ସଙ୍ଗେ ଉଡାଣ ଭରିଥିଲା ଏବଂ ଏହି ଅଣ୍ଡରଗ୍ରାଉଣ୍ଡ ହେଡକ୍ୱାଟରକୁ ଟାର୍ଗେଟ କରିଥିଲା। ବିସ୍ଫୋରଣ ଏପରି ଥିଲା ଯେ, ପାଖରେ ଥିବା ଛଅଟି ବିଲ୍ଡିଂ ଭୂମିରେ ମିଶିଯାଇଥିଲା। ଏହାପରେ ଆଇଡିଏଫ ଘୋଷଣା କରିଥିଲା ନସରଲ୍ଲାଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.