fbpx

ମ୍ୟୁଚୁଆଲ ଫଣ୍ଡ୍ ଲାଇଟ୍ ଦେବ ଶସ୍ତା ଏବଂ ସହଜ ବିକଳ୍ପ, ଜାଣନ୍ତୁ ନିବେଶକଙ୍କୁ କ’ଣ ହେବ ଫାଇଦା ?

ନୂଆଦିଲ୍ଲୀ: ଦିନକୁ ଦନ ମ୍ୟୁଚୁଆଲ ଫଣ୍ଡ୍ ପ୍ରତି ଆଧିକାଂଶ ଲୋକ ଅକୃଷ୍ଟ ହେଉଛନ୍ତି । ଏଥିରେ ନିବେଶ କରିବାର ଅନେକ ଫାଇଦା ରହିଛି । SEBI ମ୍ୟୁଚୁଆଲ ଫଣ୍ଡକୁ ପ୍ରୋତ୍ସାହିତ କରିବା ଏବଂ ବଜାରରେ ନୂତନ ଖେଳାଳିଙ୍କ ପ୍ରବେଶକୁ ସହଜ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ୍ ଲାଇଟ୍ ଆରମ୍ଭ କରିବା ପ୍ରୟାସ ଜାରି ରହିଛି । ଏନେଇ ଆଜି(ସୋମବାର) ବୋର୍ଡ଼ର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ । ବୋର୍ଡ଼ର ଏହି ପଦକ୍ଷେପ ଦ୍ୱାରା ମାର୍କେଟ୍ ଲିକ୍ୱିଡିଟିରେ ସୁଧାର ଆସିବାର ସମ୍ଭାବନା ରହିଛି । ଏଥିରୁ ନିବେଶର ନୂତନ ସୁଯୋଗ ସୃଷ୍ଟି ହେବ ।

ମ୍ୟୁଚୁଆଲ ଫଣ୍ଡ୍ ଲାଇଟ୍ କ’ଣ ?

ମ୍ୟୁଚୁଆଲ ଫଣ୍ଡ୍ ଲାଇଟ୍ ହେଉଛି ମ୍ୟୁଚୁଆଲ ଫଣ୍ଡର ଏକ ସରଳ ଢ଼ାଞ୍ଚା ଯାହା କେବଳ ଇଣ୍ଡେକ୍ସ ଫଣ୍ଡ୍ ଏବଂ ଇଟିଏଫ୍ ଭଳି ପାସିଭ ଯୋଜନାଗୁଡ଼ିକୁ ପରିଚାଳିତ କରିବ । ନୂତନ ଯୋଜନାରେ ରିସ୍କ୍ କମ୍ ଥିବାରୁ ମ୍ୟୁଚୁଆଲ ଫଣ୍ଡ୍ ଲାଇଟ୍ ନିୟାମକ ନିୟମ ସହଜ କରାଯାଇଛି । ଅର୍ଥାତ ଏଥିପାଇଁ ଆର୍ଥିକ କ୍ଷେତ୍ରରେ ଅଭିଜ୍ଞତାର ଆବଶ୍ୟକତାକୁ ହଟାଇ ଦିଆଯାଇଛି । ଏହି ଫଣ୍ଡ୍ ହାଉସ୍ ସକ୍ରିୟ ଯୋଜନା ଠାରୁ ଭିନ୍ନ ରହିବ । ନୂତନ ନିୟମ ଅନୁଯାୟୀ ପୁରୁଣା ଫଣ୍ଡରେ ନୂତନ ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ପାସିଭ ଏବଂ ଆକ୍ଟିଭ ପରିଚାଳନାକୁ ଭିନ୍ନ କରିବାକୁ ପଡ଼ିବ ଯଦ୍ୱାରା ଉତ୍ସଗୁଡ଼ିକର ଉତ୍ତମ ଉପଯୋଗ କରାଯାଇପାରିବ । ଏହା ବ୍ୟତୀତ ଫଣ୍ଡ୍ ହାଉସ୍ କେବଳ ପାସିଭ୍ ଯୋଜନା ଉପରେ ଫୋକସ୍ କରିବ । ଫଳରେ ନିୟାମକ ବୋଝରୁ ମୁକ୍ତି ମିଳିବ ଏବଂ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

ନିବେଶଙ୍କୁ ମ୍ୟୁଚୁଆଲ ଫଣ୍ଡ୍ ଲାଇଟରୁ କ’ଣ ଫାଇଦା ହେବ ?

ନୂତନ ନିୟମ ଅନୁଯାୟୀ ସାଧାରଣ ନିବେଶକମାନେ ନିବେଶ ପାଇଁ ଶସ୍ତା ଏବଂ ସହଜ ବିକଳ୍ପ ବାଛିବେ । ବଜାରକୁ ନୂତନ ଖେଳାଳି ଆସିଲେ ପ୍ରତିଯୋଗିତା ବୃଦ୍ଧି ପାଇବ ଏବଂ ନିବେଶକଙ୍କୁ ବିକଳ୍ପ ମିଳିବ । ଛୋଟ ନିବେଶକମାନେ ସ୍ୱଳ୍ପ ମୂଲ୍ୟରେ ପାଣ୍ଠି ପାଇପାରିବେ ଯାହା ଉଭୟ ଇକ୍ୱିିଟି ଏବଂ ଡେବ୍‌ଟ ମାର୍କେଟକୁ ଟ୍ରାକ୍ କରିପାରିବ । ବର୍ତ୍ତମାନ ପାସିଭ ପାଣ୍ଠିର ମୋଟ୍ TER ୨୦ ବେସିସ୍ ପଏଣ୍ଟ୍‌ସ ପାଖାପାଖି ରହିଛି ।

Get real time updates directly on you device, subscribe now.