fbpx

(video) ଚଳନ୍ତା ସ୍ପିଡ ବାଇକ ଉପରେ ଯୁବକଙ୍କ କାରନାମା, ଲୋକେ ଦେଖି ଛାନିଆ…

ପାଟଣା: ସଡକ ସୁରକ୍ଷା ଓ ଦୁର୍ଘଟଣା ରୋକିବାକୁ ପୋଲିସ ପ୍ରଶାସନ ଯେତେ ଯାହା କଲେ ମଧ୍ୟ ଅମାନିଆ ଜିଦରେ ନଛୋଡବନ୍ଧା । ଚଳନ୍ତା କାର, ବାଇକରେ କସରତ ଦେଖାଇ ଯେମିତି ସେମାନଙ୍କ ଜନ୍ମସିଦ୍ଧ ଅଧିକାର । ଏମିତି ଜଣେ ଯୁବକ ପୋଲିସର ତାଗିଦକୁ ଫୁ କରି ଉଡେଇ ଚଳନ୍ତା ସ୍ପିଡ ବାଇକ ଉପରେ ଷ୍ଟଣ୍ଟ କରି ପଡିଛନ୍ତି ହରଡ ଘଣାରେ ।

ଛପ୍ରା ଜିଲ୍ଲା ନାମକ ଏକ ଟ୍ୱିଟର ହ୍ୟାଣ୍ଡଲରେ ଜଣେ ଯୁବକଙ୍କ ଭିଡିଓ ସେୟାର ହୋଇଛି । ଭିଡିଓର ରିପୋଷ୍ଟ କରାଯାଇଛି ଏକାଧିକ ୟୁଜର୍ସଙ୍କ ଦ୍ୱାରା । ଭିଡିଓରେ ଦେଖିବାକୁ ମିଳୁଛି କି , ଯୁବକ ବାଇକକୁ ଫୁଲ ସ୍ପିଡରେ ଚଳାଉଛନ୍ତି । ହଠାତ୍ ବାଇକର ପେଟ୍ରୋଲ ଟାଙ୍କି ଉପରେ ହାତକୁ ରଖି ଗୋଡକୁ ପଛକୁ କରି ଦେଉଛନ୍ତି । ତା ପରେ ବାଇକ ଉପରେ ଆରମ୍ଭ କରିଦେଇଥିଲେ ପୁସଅପ । ବାଇକ ଉପରେ ପୁସଅପର ଏହି ଭିଡିଓ ଯୁବକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏହି ପୋଷ୍ଟ ଦେଖି ନିରଜ ଯାଦବ ନାମକ ବ୍ୟକ୍ତି ନିଜ ହ୍ୟାଣ୍ଡଲରେ ତାକୁ ପୋଷ୍ଟ କରିବା ସହ ଗାଡିର ନମ୍ବର ସେୟାର କରିଛନ୍ତି । ତଳକୁ ଲେଖିଛନ୍ତି କି, ଏହି ଯୁବକ ଲୋକଙ୍କ ଜୀବନ ପ୍ରତି ବିପଦ ହୋଇଛି ।

ଏଥିସହ ପୋଲିସକୁ ମଧ୍ୟ ଟାର୍ଗେଟ କରିବାକୁ ପଛେଇନାହାନ୍ତି ନିରଜ । ପୋଲିସ ବିରୋଧରେ ଅଭିଯୋଗ କରିଛନ୍ତି କି, ସମସ୍ତିପୁର ପୋଲିସ ଯୁବକଙ୍କୁ ସୁରକ୍ଷା ଦେବାରେ ଲାଗିଯାଇଛି । ସବୁ ଦିନ ଏମିତି କାରନାମା କରୁଥିଲେ ବି ପୋଲିସ ତା ଉପରେ ନେଉନି କୌଣସି କାର୍ଯ୍ୟାନୁଷ୍ଠାନ । ଭିଡିଓକୁ ନେଇ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇବା ପରେ ବିହାର ପୋଲିସ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ କରିଛି ଓ ସମସ୍ତିପୁର ପୋଲିସକୁ ଟ୍ୟାଗ କରି ଯୁବକଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ।

 

ସୂଚନା ରହିଛି କି, ବିହାର ପୋଲିସର ତାଗିଦ ପରେ ହସନପୁର ପୋଲିସ ଏହି ନମ୍ବରର ବାଇକକୁ ନିଜ କବଜାକୁ ନେଇ ଆଇନଗତ ପଦକ୍ଷେପ ନେଇଛି । ତେବେ କେବଳ ଏଇ ଗୋଟିଏ ଭିଡିଓ ବା ଜଣେ ବ୍ୟକ୍ତି ଏମିତି କରୁନାହାନ୍ତି । ଏମିତି ଘଟଣା ବରମ୍ବାର ସାମ୍ନାକୁ ଆସୁଛି । ଏହା ଉପରେ ପୋଲିସ କଠୋର ପଦକ୍ଷେପ ମଧ୍ୟ ନେଉଛି । କିନ୍ତୁ ଅମାନିଆ ପୋଲିସର ନାଲିଆଖିରେ ନରମିବା ବଦଳରେ ଅଧିକରୁ ଅଧିକ କାରନାମା ଦେଖାଉଛନ୍ତି, ଯାହା ସେମାନଙ୍କ ସହ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ।

Get real time updates directly on you device, subscribe now.