fbpx

Video; ସାଇବର କାଫେରେ RI ପରୀକ୍ଷା ଅଭିଯୋଗ, ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ ଉତ୍ତେଜନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା ହେଉଥିବା ନେଇ ଅଭିଯୋଗ ହୋଇଛି । ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପାଇଁ ହେଉଥିଲା ପରୀକ୍ଷା । ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କଂପ୍ୟୁଟର ସେଣ୍ଟରରେ ହେଉଥିଲା ଏହି RI ପରୀକ୍ଷା ।

ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଦେଖାଦେଇଛି ଉତ୍ତେଜନା । ଘଟଣା ସ୍ଥଳରେ ଉତ୍ତେଜନା ପରେ ପହଞ୍ଚିଲେ ବରିଷ୍ଠ ଅଧିକାରୀ । ତେବେ ଗ୍ରୁପ୍-ସି ଚାକିରି ପାଇଁ ଏପରି ସାଇବର କାଫେରେ ପରୀକ୍ଷା ହେବାକୁ ନେଇ ସାଧାରଣରେ ପ୍ରଶ୍ନ । କେଉଁ କାରଣ ପାଇଁ ସାଇବର କାଫେରେ ପରୀକ୍ଷା କରାଯାଉଛି ।

ଏନେଇ କାହାର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଏବେବି ଜାରି ରହିଥିବା ସୂଚନା ମିଳିଛି । ଏପରି ହେଲେ ଆଗକୁ ପିଲାଙ୍କ ସହ କଣ ହେବ ତାହା ଏବେ ଚିନ୍ତାର ବିଷୟ ।

Get real time updates directly on you device, subscribe now.