fbpx

3 ଘଣ୍ଟାରେ 4 ଲକ୍ଷ ରୋଜଗାର କରିବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଟଙ୍କା ରୋଜଗାର କରିବା ସହଜ ନୁହେଁ । ଅଳ୍ପ ଟଙ୍କା ପାଇଁ ମଧ୍ୟ ଘଣ୍ଟାଘଣ୍ଟା ରୋଜଗାର କରିବାକୁ ପଡେ । କିଛି ଲୋକ ଦିନରାତି କାମ କରିବା ପରେ ମଧ୍ୟ ଯେତିକି ପରିଶ୍ରମ କରିଛନ୍ତି ସେତିକି ରୋଜଗାର କରିବାକୁ ସକ୍ଷମ ନୁହଁନ୍ତି । କିନ୍ତୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯିଏ କି ମାତ୍ର 3 ଘଣ୍ଟାରେ ସାଢେ 4 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ତେବେ ମହିଳାଙ୍କ ରୋଜଗାରର ଉପାୟ ଇଣ୍ଟରନେଟରେ ଆଲୋଡନ ହେବାରେ ଲାଗିଛି । ବାସ୍ତବରେ ମହିଳା ଜଣକ ଦାବି କରିଛନ୍ତି ଯେ ସେ ମାତ୍ର 3 ଘଣ୍ଟା ମଧ୍ୟରେ 4.4 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିବା ଦାବି ଲୋକଙ୍କୁ ଚକିତ କରିଛି ଯେଉଁଥିରେ ସେ କହିଛନ୍ତି ଯେ ସେ ମାତ୍ର 3 ଘଣ୍ଟା ମଧ୍ୟରେ 4.4 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ମହିଳା ମାଇକ୍ରୋବ୍ଲଗିଂ ସାଇଟ୍ X ରେ ଏକ ସ୍କ୍ରିନସଟ୍ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକାଥରେ ସାଢେ 4 ଲକ୍ଷ ଟଙ୍କା ଜମା ହୋଇଥିବା ଦେଖିବାକୁ ମିଳିଥିଲା । ସେ ଲେଖିଛନ୍ତି, “ଏହି ମାସରେ ମୁଁ ଜଣେ କ୍ଲାଇଣ୍ଟଙ୍କ ଠାରୁ ପ୍ରାୟ 4,40,000 ପେମେଣ୍ଟ ପାଇଛି । କେବଳ 3 ଘଣ୍ଟା ପାଇଁ ସୋସିଆଲ ମିଡିଆ ଷ୍ଟାଟର୍ଜି ଉପରେ କାମ କରିଥିଲି । ଦିନେ ଦିନେ କାମ ଆହୁରି ସନ୍ତୋଷଜନକ ଲାଗିଥାଏ ଏବଂ ପରିଶ୍ରମର ପ୍ରକୃତ ମୂଲ୍ୟ ଦର୍ଶାଇଥାଏ ।

ଏହି ଦାବି ଅନେକ ଉପଭୋକ୍ତାଙ୍କୁ ପ୍ରଭାବିତ କରିଥିଲାବେଳେ କେତେକ ଏହାକୁ ସନ୍ଦେହରେ ଦେଖିଥିଲେ । ଜଣେ ୟୁଜର୍ସ ଲେଖିଛନ୍ତି, “ଏହା ପ୍ରକୃତରେ ସମ୍ଭବ କି? ଯଦି ଏପରି ହୁଏ, ତେବେ ଆମେ ମଧ୍ୟ ଏହିପରି କିଛି କରିବା ଉଚିତ୍।” ଅନ୍ୟ କେତେକ ୟୁଜର୍ସ ଏହାକୁ କେବଳ ଏକ ପ୍ରୋତ୍ସାହନମୂଳକ ପଦ୍ଧତି ବୋଲି କହିଥିଲେ । ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଅଧିକ ଭ୍ୟୁ ହୋଇଛି ।

 

Get real time updates directly on you device, subscribe now.