fbpx

ମେକ ଇନ ଓଡିଶାରେ ବିଦେଶୀ ନିବେଶକଙ୍କୁ ସାମିଲ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଯିବେ ଦିଲ୍ଲୀ

ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭ ଉକ୍ରର୍ଷ ୨୦୨୫ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଦିନିଆ ଦିଲ୍ଲୀ ଗସ୍ତ କାଳରେ ଦିଲ୍ଲୀରେ ସେ ମେକ ଇନ ଓଡିଶା ଭିଜନରେ ନିବେଶକଙ୍କ ସହ କରିବେ ଆଲୋଚନା । ଏହି ଗସ୍ତ କାଳରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ଅଧିକାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଯିବେ ।

ସେଠାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇକମିଶନର, ଟ୍ରେଡ କମିଶନରଙ୍କ ସହ ଆଲୋଚନା କରିବେ । ୨୦୨୫ ଜାନୁଆରୀ ୨୮- ୨୯ ଯାଏଁ ମେକ ଇନ ଓଡିଶା କନକ୍ଲେଭ ହେବାକୁ ଯାଉଛି । କନକ୍ଲେଭ ପୂର୍ବରୁ ରାଜ୍ୟକୁ ଅଧିକରୁ ଅଧିକ ନିବେଶ ଆଣିବା ଉପରେ ଆଲୋଚନା କରିବେ ମୋହନ ମାଝୀ । ରାଜ୍ୟକୁ ବିଦେଶୀ ନିବେଶକଙ୍କ ଆଗମନ ହେଲେ ଶିଳ୍ପ ବୃଦ୍ଧି ସହ ରାଜ୍ୟର ବେକାର ଯୁବକ, ଯୁବତୀଙ୍କୁ ରୋଜଗାର ମିଳିବ । ରାଜ୍ୟରେ ବେରୋଜଗାରୀ ହଟାଇବା ଦିଗରେ ଉକ୍ରର୍ଷ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା ରଖାଯାଉଛି ।

ଏବେ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ନିର୍ବାଚନ ପାଇଁ ଝାଡଖଣ୍ଡ ଗସ୍ତରେ ଅଛନ୍ତି । ସେ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କ ଉପସ୍ଥିତି ସେଠାର ଭୋରଟଙ୍କୁ ପ୍ରଭାବିତ କରିବାର ସମ୍ଭାବନା ସୃଷ୍ଟି କରିଛି । ଗତକାଲି ପଶ୍ଚିମ ସିଂହଭୂମିର ଜଗନ୍ନାଥପୁରରେ ପ୍ରଚାର କରିଥିଲେ ମାଝୀ । ଝାଡଖଣ୍ଡରେ ଡବଲ ଇଞ୍ଜନ ସରକାର ହେଲେ ଲୋକଙ୍କ ସ୍ଥିତିରେ ସୁଧାର ଆସିବ ବୋଲି ମନ୍ତ୍ରୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଗତ ପାଞ୍ଚ ବର୍ଷରେ ଲୋକେ ବର୍ତ୍ତମାନ ସରକାରର ମନମୁଖୀ କାର୍ଯ୍ୟରେ ବହୁ ସମସ୍୍ୟା ଭୋଗ କରିଥିବା କହିଥିଲେ ମାଝୀ ।

ଆଜି ପୁଣି ସେଠାରେ ପ୍ରଚାର କରୁଛନ୍ତି । ଝାଡଖଣ୍ଡରେ ଥିବା ଓଡିଆ ଭାଷାଭାଷୀଙ୍କ ଉପରେ ମୋହନଙ୍କ ପ୍ରଚାର ପ୍ରଭାବ ପକାଇବ ବୋଲି ବିଜେପି ଆଶା ରଖିଛି ।

Get real time updates directly on you device, subscribe now.