fbpx

ଦଶହରାରେ ରିଲିଜ୍ ପାଇଁ ଓଡ଼ିଆ ଫିଲ୍ମକୁ ମିଳୁନି ହଲ୍: ଚିନ୍ତାରେ ପ୍ରଯୋଜକ, ଏଥିପାଇଁ କିଏ ଦାୟୀ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ପ୍ରତିବର୍ଷ ଦୁର୍ଗାପୂଜା ଅବସରରେ ଫିଲ୍ମ ନିର୍ମାତାମାନେ ଦର୍ଶକଙ୍କୁ ନୂଆ ନୂଆ ଓଡ଼ିଆ ଫିଲ୍ମ ଭେଟି ଦେଇଥାନ୍ତି । ନୂଆ ଫିଲ୍ମ ଦେଖିବା ପାଇଁ ମଧ୍ୟ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ତେବେ ଗତ କିଛିବର୍ଷ ଧରି ଓଡ଼ିଆ ଫିଲ୍ମର କାହାଣୀକୁ ନେଇ ଦର୍ଶକ ପ୍ରଶ୍ନ ଉଠାଇ ଥିବାର ଦେଖିବାକୁ ମିଳିଥିଲା । ତେଣୁ ଏହା ମଧ୍ୟରେ ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ଓଡ଼ିଆ ଫିଲ୍ମ ନିର୍ମାଣ ହେଉଛି । ମାତ୍ର ଏହା ମଧ୍ୟରେ ପୁଣି ଆସିଛି ଏକ ବଡ଼ ସମସ୍ୟା ।

ଖବର ମୁତାବକ, ଚଳିତ ପୂଜା ଅବସରରେ ସିନେମା ଘରେ ରିଲିଜ୍ ହେବା ପାଇଁ ଅନୁଭବ ମହାନ୍ତିଙ୍କ ଅଭିନୀତ ‘କର୍ମ’, ଅର୍ଦ୍ଧେନ୍ଦୁ ଶେଖର ସାହୁଙ୍କ ଅଭିନୀତ ‘ଭିଲେନ୍’ ଆଦି ୪ଟି ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ମାତ୍ର ସବୁଠାରୁ ପରିତାପର କଥା ହେଉଛି ପୂଜାରେ ରିଲିଜ୍ ହେବା ପାଇଁ ଓଡ଼ିଆ ଫିଲ୍ମକୁ ହଲ୍ ମିଳୁନାହିଁ । ତେଣୁ ଏହାକୁ ନେଇ ଏବେ ପ୍ରଯୋଜକମାନେ ଚିନ୍ତାରେ ରହିଥିବା ବେଳେ ଏଥିପାଇଁ କିଏ ଦାୟୀ ବୋଲି ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେବାରେ ଲାଗିଛି ।

ଗୋଟିଏ ପଟେ ଦଶହରାରେ ଦର୍ଶକଙ୍କ ସମ୍ମୁଖକୁ ନୂଆ ନେଇ ଆସିବାକୁ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକମାନେ ବ୍ୟଗ୍ର ରହିଥିବା ବେଳେ ଏପରି ସ୍ଥିତିରେ ଓଡ଼ିଆ ଫିଲ୍ମକୁ ହଲ୍ ନ ମିଳିବା ନିହାତି ଭାବେ ଏକ ନୈରାଶ୍ୟଜନକ ଖବର । ଅନ୍ୟପକ୍ଷରେ ବଲିଉଡ୍ ଓ ସାଉଥ୍ ଫିଲ୍ମ ପାଇଁ ଭିଡ଼ ଲାଗୁଥିବା ବେଳେ ଓଡ଼ିଆ ଫିଲ୍ମକୁ କାହିଁକି ହଲ୍ ମିଳୁନି ତାହା ଏବେ ଏକ ବଡ଼ ପ୍ରଶ୍ନ ।

Get real time updates directly on you device, subscribe now.