fbpx

(Breaking)ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପଙ୍କୁ ଦାଗମୁକ୍ତ କଲେ ହାଇକୋର୍ଟ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରୁ ହାଇକୋର୍ଟରୁ ପୂର୍ବତନ ବିଧାୟକ ପ୍ରତାପ ଦେବଙ୍କୁ ମିଳିଲା କ୍ଲିନ ଚିଟ । ପ୍ରତାପଙ୍କ ବିରୋଧରେ ତଳକୋର୍ଟରେ ହୋଇଥିବା ମାମଲାକୁ ଖାରଜ କଲେ ହାଇକୋର୍ଟ । ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ପ୍ରତାପ । ହାଇକୋର୍ଟ ତାଙ୍କୁ ଦାଗମୁକ୍ତ କରିବା ପରେ ପ୍ରତାପ କହିଛନ୍ତି ସତ୍ୟର ସଦା ସର୍ବଦା ଜୟ ହୋଇଥାଏ ।

ଆଜି ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ହାଇକୋର୍ଟ କ୍ଲିନ ଚିଟ ଦେଇଛନ୍ତି । ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ । ମାହାଙ୍ଗା ଡବଲ ମର୍ଡର ଘଟଣା ୨୦୨୧ ଜାନୁଆରୀରେ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏଥିରେ ୧୩ ତମ ଅଭିଯୁକ୍ତ ଥିଲେ ପ୍ରତାପ । କିନ୍ତୁ ପରବର୍ତ୍ତୀ ସମୟରେ ସେହି ମାମଲାର ଚାର୍ଜସିଟରୁ ତାଙ୍କ ନାଁ ହଟାଇଦେଇଥିଲା ପୋଲିସ ।

ଏହାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ପ୍ରତାପଙ୍କୁ ସାମିଲ କରିବାକୁ ଆବେଦନ ହୋଇଥିଲା । ସାଲେପୁର କୋର୍ଟ ମାମଲାରେ ପ୍ରତାପଙ୍କ ନାଁ ଯୋଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ପ୍ରତାପ ଯାଇଥିଲେ ହାଇକୋର୍ଟକୁ । ଆଜି ମାମଲାର ଶୁଣାଣି କରି ପ୍ରତାପଙ୍କୁ ଦାଗମୁକ୍ତ କରିଛନ୍ତି ହାଇକୋର୍ଟ । ତଳକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି ।

ଏହି ରାୟ ଆସିବା ପରେ ପ୍ରତାପ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି କି, ସବୁ ବେଳେ ସତ୍ୟର ଜୟ ହୋଇଥାଏ ।

 

 

Get real time updates directly on you device, subscribe now.