fbpx

ଭଦ୍ରକ ହିଂସା: ଧିରେ ଧିରେ ସ୍ଥିତି ସୁଧୁରୁଛି, ୪ ଦିନ ପରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା

ଭଦ୍ରକ: ଧୀରେ ଧୀରେ ଭଦ୍ରକର ସ୍ଥିତି ସୁଧୁରିବାରେ ଲାଗିଛି । ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ୍‌ ସେବା । ତେବେ ଗତ ୪ ଦିନ ପରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ ଧାରା ୧୬୩ ଜାରି ରହିଛି ।

ସୂଚନାରୁ ପ୍ରକାଶ ଭଦ୍ରକରେ ଦେଖାଦେଇଥିବା ସାମ୍ପ୍ରଦାୟିକ ହିଂସା କାରଣରୁ ମଙ୍ଗଳବାର ପୋଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ପୋଲିସ ଡିଜି ଓ ଆଇନ୍ ଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଧାମନଗର ଓ ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଜିଲ୍ଳା ପ୍ରଶାସନ, ଡିଆଇଜି ଓ ଏସପିଙ୍କ ସହ ସମୀକ୍ଷା ପରେ ପ୍ରତିକ୍ରିୟା ଦେଇ ୱାଇ ବି ଖୁରାନିଆ କହିଥିଲେ କି ବର୍ତ୍ତମାନ ଜିଲ୍ଳାର ସ୍ଥିତି ନିୟନ୍ତ୍ରଣରେ ଅଛି । ଦିନେ ଦୁଇ ଦିନ ଭିତରେ ସବୁକିଛି ସ୍ୱାଭାବିକ ହୋଇଯିବ । ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଥିଲେ । କହିରଖୁଛୁ ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟକୁ ନେଇ ଅଶାନ୍ତ ହୋଇ ଉଠିଥିଲା ଭଦ୍ରକ ସହର । ଉକ୍ତ ସଂପ୍ରଦାୟର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ଟାୟାର ଜାଳି ବିକ୍ଷୋଭ କରିଥିଲେ ।

Get real time updates directly on you device, subscribe now.