fbpx

OJS-2023 ମୁଖ୍ୟ ଲିଖିତ ପରୀକ୍ଷା ତାରିଖ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଶିଡ୍ୟୁଲ ଅନୁଯାୟୀ ରାଜ୍ୟର ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ୩ଟି ଜୋନରେ ପରୀକ୍ଷା କରାଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଓପିଏସସିର ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ମାସ ୩ ତାରିଖରୁ ଓଜେଏସ-୨୦୨୩ ମୁଖ୍ୟ ଲିଖିତ ପରୀକ୍ଷା ଆରମ୍ଭ ହେବ । ନଭେମ୍ବର ୬ ତାରିଖରେ ଏହି ପରୀକ୍ଷା ସମାପ୍ତ ହେବ । ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିଲା । ମୋଟ ୨୭୭ ଜଣ ପୁରୁଷ ଓ ୪୦୩ ଜଣ ମହିଳା ପ୍ରାର୍ଥୀ ସେଥିରେ କୃତକାର୍ଯ୍ୟ ହୋଇଥିଲେ । ଜୁନ୍ ମାସ ୨୨ ତାରିଖରେ ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

 

Get real time updates directly on you device, subscribe now.