fbpx

(Breaking)୧୧୨ ଦିନରେ ଶୁକ୍ରଯାନ-୧ ପହଞ୍ଚିବ ପଡୋଶୀ ଗ୍ରହରେ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଶୁକ୍ର ଯାନ-୧ ଲଞ୍ଚର ତାରିଖ ଘୋଷଣା କରିଛି । ଆସନ୍ତା ୨୦୨୮ ମାର୍ଚ୍ଚ ୨୯ରେ ଏହି ବହୁପ୍ରତୀକ୍ଷିତ ମିଶନ ଲଞ୍ଚ ନେଇ ଲକ୍ଷ୍ୟ ରଖିଛି ଇସ୍ରୋ । ବାହୁବଳି ରକେଟ ଏଲଭିଏମ ୩ ଦ୍ୱାରା ଏହି ଯାନ ଉତ୍କ୍ଷେପଣ କରାଯିବ । ୧୧୨ ଦିନରେ ଶୁକ୍ରଯାନ ୧ ଶୁକ୍ରର କକ୍ଷ ପଥରେ ପ୍ରବେଶ କରିବ ବୋଲି ଆଶା ରଖିଛି ଇସ୍ରୋ ।

ଏହୁ ଯାନରେ ଅତ୍ୟାଧୁନିକ ଅଲ୍ରା ଭାଉଲେଟ କ୍ୟାମେରା, ରାଡର, ସେନ୍ସର ସହ ୧୯ଟି ଯନ୍ତ୍ରପାତି ଏଥିରେ ଲଗାଇବ ସଂସ୍ଥା । ଏହି ସବୁ ଯନ୍ତ୍ରାଂଶ ଋଷ, ଫ୍ରାôନ୍ସ ଓ ସ୍ୱିଡେନରେ ନିର୍ମିତ ହୋଇଛି । ଏହି ମିଶନ ପାଇଁ ସରକାର ୧୨୩୬ କୋଟି ମଞ୍ଜୁର କରିଛନ୍ତି ।

ଶୁକ୍ରଯାନ-୧ ସେଠାରେ ପହଞ୍ଚିବା ପରେ ସେଠାର ବାୟୁମଣ୍ଡଳ, ଭେନସର ମ୍ୟାପିଂ ଆଦିକୁ ହାଇ ରିଜୋଲୁସନ କ୍ୟାମେରାରେ ରେକର୍ଡ କରିବ । ତେବେ ଶୁକ୍ର ଗ୍ରହକୁ ଯାନ ଉତ୍କ୍ଷେପଣ ବୈଜ୍ଞାନିକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାରଣ ସୌରମଣ୍ଡଳରେ ଶୁକ୍ର ହେଉଛି ସୂର୍ଯ୍ୟଙ୍କ ଦ୍ୱିତୀୟ ନିକଟତମ ଗ୍ରହ । ଫଳରେ ଏହାର କକ୍ଷପଥ ଉଚ୍ଚ ତାପସମ୍ପନ ହେବ ।

Get real time updates directly on you device, subscribe now.