fbpx

ଦଳିତଙ୍କ ଉପରେ ଏବେବି ରହିଛି ଭେଦଭାବ; ଯୁବକଙ୍କୁ ମାଡ଼ ମାରି ତାଙ୍କ ମୁହଁରେ ପରିସ୍ରା କଲେ ଦୁର୍ବୃତ୍ତ

ଦଳିତଙ୍କ ଉପରେ ଆଜିବି ହେଉଛି ଅତ୍ୟାଚାର, ସୁରକ୍ଷା-ଅଧିକାର ଉପରେ ଉଠିଲାଣି ପ୍ରଶ୍ନ

ପାଟନା: ସୋନଭଦ୍ର ଜିଲ୍ଲାର ଶକ୍ତିନଗର ଥାନା ଅଞ୍ଚଳରେ ଜଣେ ଦଳିତ ଯୁବକଙ୍କ ସହ ଅମାନବୀୟ ବ୍ୟବହାରର ଏକ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତ ପୱନ ଖରୱାରଙ୍କୁ କିଛି ଲୋକ ମାଡ଼ ମାରିବା ସହ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଆକ୍ସନକୁ ଆସିଥିଲା । ପୀଡ଼ିତଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ୨୬ ତାରିଖ ରାତିରେ କିଛି ଲୋକ ତାଙ୍କୁ ମାଡ଼ ମାରିବା ସହ ପରିସ୍ରା କରିଥିଲେ।

ଏହି ଘଟଣା ପରେ ସେ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ଯାଇଥିଲେ ଏବଂ ପରେ ପୋଲିସରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କାଲୁ ସିଂ କହିଛନ୍ତି ଯେ ପୋଲିସ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି। ଏହି ମାମଲାରେ କୌଣସି ଦୋଷୀକୁ ଛଡ଼ାଯିବ ନାହିଁ ଏବଂ ଯଥାଶୀଘ୍ର ସମସ୍ତ ଦୋଷୀଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ଏହି ଘଟଣା ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦର୍ଶାଉଛି। ଏହି ଘଟଣା ପୁଣି ଥରେ ଦଳିତଙ୍କ ସୁରକ୍ଷା ଓ ଅଧିକାର ପ୍ରତି ଦୃଷ୍ଟି ଆକର୍ଷଣ କରିଛି। କ୍ରୋଧିତ ଲୋକମାନେ କହିଛନ୍ତି ଯେ ଏହି ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଦର୍ଶାଉଛି ଯେ ସମାଜରେ ଦଳିତଙ୍କ ପ୍ରତି ଏବେ ବି ଭେଦଭାବ କରାଯାଉଛି। ପୁଲିସ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଏଭଳି ଘଟଣାକୁ ରୋକିବା ପାଇଁ କଠୋର ପଦକ୍ଷେପ ନିଆଯିବା ଜରୁରୀ।

Get real time updates directly on you device, subscribe now.