fbpx

(Video) ଗଛରେ ଗଛରେ ମା ଅମ୍ବିକା… ୮ ହଜାର ଗଛରେ ନିର୍ମାଣ ହୋଇଛି ଦେବୀ ଦୁର୍ଗାଙ୍କ ପ୍ରତିମା

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଛି ଦେବୀ ଦଶଭୂଜାଙ୍କ ନବ ଦିନାତ୍ମକ ପୂଜା । ଆଜିଠାରୁ ୯ ଦିନ ପର୍ଯ୍ୟନ୍ତ ନବ ରୂପରେ ପୂଜା ପାଇବେ ମା ମହିଷାମର୍ଦ୍ଦିନୀ । ସେଥିପାଇଁ ପୁରପଲ୍ଲୀ କମ୍ପି ଉଠୁଛି । ମା’ଙ୍କ ଆଗମନରେ ହସି ଉଠିଛି କାଶତଣ୍ଡୀ, ସଜେଇ ହୋଇଛି ସୁନ୍ଦର ପୃଥିବୀ । ଆଉ ସାରା ଦେଶ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛି । ଧରାପୃଷ୍ଠରେ ମା’ ଅମ୍ବିକାଙ୍କ ଆବିର୍ଭାବ ସବୁଆଡ଼େ ଖୁସିର ସମ୍ଭାର ଭରି ଦେଇଛି । ସ୍ଥାନେ ସ୍ଥାନେ ବିଭିନ୍ନ ରୂପରେ ବିଭିନ୍ନ ପ୍ରକାରରେ ଦେବୀ ଦଶଭୂଜାଙ୍କ ପ୍ରତିମା ନିର୍ମାଣ କରାଯାଇ ଆରାଧନା କରାଯାଉଛି । ଏହି ପରିପ୍ରେକ୍ଷୀରେ ୮ ହଜାର ଗଛକୁ ନେଇ ନିର୍ମାଣ କରାଯାଇଛି ମା’ ଜଗଦମ୍ବେଙ୍କ ପ୍ରତିମା । ଏହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଯୁଆଡ଼େ ଦେଖ ସବୁଆଡ଼େ ଖାଲି ଗଛ । ପୁରା ପେଣ୍ଡାଲ ଗଛରେ ପରିପୂର୍ଣ୍ଣ ହୋଇଯାଇଛି । ଆଉ ମା ଦୁର୍ଗା ଗଛ ମଧ୍ୟରେ ଶୋଭା ପାଉଛନ୍ତି । ଧରାପୃଷ୍ଠରେ ଅବତରଣ କରିବେ ଦୁର୍ଗତି ନାସିନି ମା ଦୁର୍ଗା । ଆଉ ଏବେ ସେଥିପାଇଁ ସବୁ ପେଣ୍ଡାଲରେ ଚାଲିଛି ସାଚସଜା । ବିଭିନ୍ନ ପ୍ରକାରର ଥିମକୁ ନେଇ ଏଥର ପୂଜା ପେଣ୍ଡାଲ ମାନ ତିଆରି କରାଯାଉଛି । ଯେଉଁଥିରେ ପ୍ରକୃତିକୁ ନେଇ ମଧ୍ୟ ପେଣ୍ଡାଲ ପ୍ରସ୍ତୁ ହୋଇଛି । ୮ ହଜାରରୁ ଅଧିକ ଗଛରେ ନିର୍ମାଣ ହୋଇଛି ପେଣ୍ଡାଲ । ସବୁଜ ବନାନି ଭିତରେ ମା ଦୂର୍ଗା ଶୋଭା ପାଉଛନ୍ତି । ଏମିତି ଅଶ୍ଚର୍ଯ୍ୟ କରିଦେଲାଭଳି ପେଣ୍ଡାଲ ଦେଖିବାକୁ ମିଳିଛି କଲିକତାର ଦୁର୍ଗାପୂଜା ପେଣ୍ଡାଲରେ । ପୁରା ପେଣ୍ଡାଲକୁ ଇକୋ ଫ୍ରେଣ୍ଡଲି କରାଯାଇଛି ।

ଟିକେ ଏହି ପେଣ୍ଡାଲକୁ ଦେଖନ୍ତୁ । ପୁରା ପେଣ୍ଡାଲଟି କେବଳ ଗଛରେ ତିଆରି ହୋଇଛି । ଏହି ପେଣ୍ଡାଲରେ ମା ଦୁର୍ଗାଙ୍କ ଠାରୁ ସାଜସଜା ସବୁ ଗଛରେ ତିଆରି ହୋଇଛି । ବାମ୍ବୋ, ଟମାଟ, ମନି ପ୍ଲାଣ୍ଟ, ତୁଳସୀ ଭଳି ବିଭିନ୍ନ ପ୍ରକାରର ଗଛ ଏହି ପେଣ୍ଡାଲରେ ଲାଗିଛି । ୫ ମାସ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାୟ ୮ ହଜାରରୁ ଅଧିକ ଗଛ ଲାଗିଛି ବୋଲି ଲାଲବାଗାନ ନବାଙ୍କୁର ଦୁର୍ଗାପୂଜା ପେଣ୍ଡାଲ କର୍ମକର୍ତ୍ତା ମାନେ କହିଛନ୍ତି ।

ଏହି ପେଣ୍ଡାଲରେ ସେ ଗଛର ଉପକାରିତା ଦେଖାଇବା ପାଇଁ ଚେଷ୍ଟା କରିଛନ୍ତି । ଗଛ ମାନଙ୍କର ଲୋପ କେମିତି କ୍ଲାଇମେଟ ଚେଞ୍ଜ ଉପରେ ପ୍ରଭାବ ପକାଉଛି ତାହା ଦେଖାଇଛନ୍ତି । ପେଣ୍ଡଲର କର୍ମକର୍ତ୍ତା ମାନେ ମଧ୍ୟ ଦର୍ଶକ ମାନଙ୍କ ଘରକୁ ଗଛ ଉପହାରରେ ଦେଉଛନ୍ତି ।

Get real time updates directly on you device, subscribe now.