fbpx

ନେଗେଟିଭ୍ ରୋଲରୁ ବଦଳିଲା ଭାଗ୍ୟ, ସୁପରଷ୍ଟାରଙ୍କ ସହ ଫିଲ୍ମ କରି ବି ହେଲେ ଫ୍ଲପ୍‌…ଜାଣନ୍ତୁ ସେ କିଏ ?

ମୁମ୍ବାଇ: ମାୟାନଗରୀ ମୁମ୍ବାଇ । ଅନେକ ବ୍ୟକ୍ତି ଏହାକୁ ହିରୋ ହେବାର ସ୍ୱପ୍ନ ନେଇ ଆସିଥାନ୍ତି । ଅନେକ ସଂଘର୍ଷ ମଧ୍ୟରେ କାହାର ସ୍ୱପ୍ନ ପୁରା ହୁଏ ତ ପୁଣି କାହାର ଅଧା ରହିଯାଏ । ୧୯୯୬ ମସିହାରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ଦସ୍ତଖ’ ଫିଲ୍ମରୁ ସେ ଲୋକପ୍ରିୟ ହୋଇଥିଲେ । ସେ ଅନେକ ରୋମାଂଟିକ୍ ରୋଲ୍ କରିଥିଲେ ମଧ୍ୟ ଏହି ଫିଲ୍ମରେ ଭିଲିଆନ୍ ରୋଲ୍ ତାଙ୍କୁ ନୂତନ ପରିଚୟ ଦେଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍ ହେବା ଯୋଗୁଁ ସେ ଲାଇମଲାଇଟରୁ ଦୂରେଇଯାଇଥିଲେ । ଅନେକ ବଙ୍ଗଳା ଏବଂ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତା ଜଣଙ୍କ ହେଉଛନ୍ତି ଶରଦ କପୁର ।

୧୯୭୬ ମସିହା କଲିକତାରେ ଜନ୍ମଗ୍ରହଣ କରିଥିଲେ ଶରଦ କପୁର । ତାଙ୍କର ଫିଲ୍ମୀ ଦୁନିଆ ସହ କିଛି ସମ୍ପର୍କ ନଥିଲା । ୯୦ ଦଶକରେ କୋଲକାତାରେ ‘ହୋପ୍ ୮୬’ ନାମକ ଏକ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଇଭେଣ୍ଟରେ ଶରଦ କପୁର ଅଂଶ ଗ୍ରହଣ କରିବା ପାଇଁ ପହଂଚିଥିଲେ । ଏହି ଇଭେଣ୍ଟରେ ଆସିଥିବା ଫିଲ୍ମୀ କଳାକାରଙ୍କ ଲୋକପ୍ରିୟତା ତାଙ୍କୁ ଗ୍ଲାମର ଦୁନିଆ ପ୍ରତି ଆକୃଷ୍ଟ କରିଥିଲା । ଏହା ପରେ ସେ ଫିଲ୍ମ ଦୁନିଆରେ କ୍ୟାରିୟର କରିବା ପାଇଁ ମନସ୍ଥ କରିଥିଲେ । ଏହି ଇଭେଣ୍ଟ ପରେ ଶରଦ କପୁର ଅଭିନେତା ଭାବରେ କ୍ୟାରିୟର କରିବା ବିଷୟରେ ପରିବାରଙ୍କୁ ଜଣାଇଲେ । ପରେ ତାଙ୍କୁ ମୁମ୍ବାଇ ଯିବାର ଅନୁମତି ମିଳିଥିଲା । ୧୯୯୩ ମସିହାରେ ଶରଦ ମୁମ୍ବାଇ ଆସିଥିଲେ । ନିଜ ସ୍ୱପ୍ନ ପୁରା କରିବା ପାଇଁ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା । ୧୯୯୪ରେ ‘ମେରା ପ୍ୟାରା ଭାରତ’ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହା ପରେ ୧୯୯୫ରେ ‘ହମ୍ ଭି’ରେ ବି ଅଭିନୟ କରିଥିଲେ । କିନ୍ତୁ ଏହି ଦୁଇଟି ଫିଲ୍ମ ତାଙ୍କର ଫ୍ଲପ୍ ହୋଇଥିଲା । ଏହା ପରେ ସେ ୧୯୯୫ରେ ଟେଲିଭିଜନ୍ ଧାରାବାହିକ ‘ସ୍ୱାଭିମାନ’ରେ ନଜର ଆସିଥିଲେ । ଏହା ପରେ ତାଙ୍କୁ ଅନେକ ସିରିୟଲ ପାଇଁ ଅଫର ଆସିଥିଲା ।

Sharad Kapoor songs, Sharad Kapoor song MP3 download

ଏହି ସବୁ ସିରିୟଲ ମଧ୍ୟରେ ୧୯୯୬ରେ ତାଙ୍କୁ ‘ଦସ୍ତଖ’ ଫିଲ୍ମରେ ନେଗେଟିଭ୍ ରୋଲ କରିବା ପାଇଁ ଅଫର ଆସିଥିଲା । ଏହି ଫିଲ୍ମରୁ ସୁଷ୍ମିତା ସେନ୍ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । କିନ୍ତୁ ଏହା ପରେ ଶରଦ କ୍ୟାରିୟର ଗ୍ରାଫ୍ ବେଶି ଆଗକୁ ଯାଇପାରିଲା ନାହିଁ । ସେ ନିଜ କ୍ୟାରିୟରରେ ଅନେକ ଫ୍ଲପ୍ ଫିଲ୍ମ ଦେଇଥିଲେ ବି ‘ଜୟ ହୋ’, ‘ତମନ୍ନା’, ‘ଲକ୍ଷ୍ୟ’ ଏବଂ ‘ଜୋଶ’ ଭଳି ଫିଲ୍ମରେ ତାଙ୍କ ଭୂମିକାକୁ ପ୍ରଶଂସା କରାଯାଇଥିଲା ।

ଶରଦ କପୁର ନିଜ ଫିଲ୍ମ କ୍ୟାରିୟରରେ ସଲମାନ ଖାନ୍‌, ଶାହରୁଖ ଖାନ୍ ଏବଂ ଋତିକ ରୋଶନଙ୍କ ଭଳି ସୁପରଷ୍ଟାରଙ୍କ ସହ ୪୩ରୁ ଉର୍ଦ୍ଧ୍ୱ ଫିଲ୍ମ କରିଥିଲେ ମଧ୍ୟ କ୍ୟାରିୟରରେ ଅସଫଳ ହେଲେ । ତାଙ୍କ ନାଁରେ ଫ୍ଲପ୍ ଟ୍ୟାଗ୍ ଲାଗିଲା ପରେ ସେ ଫିଲ୍ମ ଲାଇନରୁ ଦୂରେଇଯାଇଥିଲେ । କହିରଖୁଛୁ ୨୦୦୮ରେ ସେ ତତ୍କାଳୀନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନାତୁଣୀ ଜ୍ୟୋତି ବସୁଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ସେ ପରିବାର ସହ ମୁମ୍ବାଇରେ ରହୁଛନ୍ତି । ସେ ଜଣେ ସଫଳ ବିଜନେସ ମ୍ୟାନ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଏହା ବ୍ୟତୀତ ମୁମ୍ବାଇ ଏବଂ ବାଙ୍ଗାଲୋରରେ ତାଙ୍କର ଦୁଇଟି ବଡ଼ ବଡ଼ ରେଷ୍ଟୁରାଣ୍ଟ ରହିଛି ।

 

Get real time updates directly on you device, subscribe now.