fbpx

କନଷ୍ଟେବଳ ନିଯୁକ୍ତି: ସର୍ବାଧିକ ବୟସସୀମା କୋହଳ ନେଇ ଆଶାୟୀଙ୍କୁ ଆଶ୍ୱସ୍ତି ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ ସମସ୍ତ ପୋଲିସ ବାଟାଲିୟମରେ କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା କୋହଳ ନେଇ ଆବେଦନକାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି କୋର୍ଟ । କୋର୍ଟରେ ମାମଲା ଦାୟର କରିଥିବା ସମସ୍ତ ଆବେଦନକାରୀଙ୍କୁ ଅନଲାଇନ୍ ଓ ଅଫଲାଇନରେ ଆବେଦନ କରିବାକୁ ଅନୁମତି ଦିଆଯାଇଛି । ତେବେ ପରୀକ୍ଷା ଫଳ ପ୍ରକାଶସନ ଉପରେ କୋର୍ଟ ଅଙ୍କୁଶ ଜାରି କରିଛନ୍ତି ।

ପୋଲିସ ବାଟାଲିୟନରେ ୧୩୨୦ଟି କନଷ୍ଟେବଳ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଥିରେ ସର୍ବାଧିକ ଦର୍ଶାଯାଇଥିବା ସର୍ବାଧିକ ବୟସସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପ୍ରତିବର୍ଷ ଖାଲି ପଡ଼ିଥିବା ପଦବୀ ଆଧାରରେ ନିଯୁକ୍ତି ପ୍ରକ୍ରିୟା କରାଯିବା ନେଇ ନିୟମ ରହିଥିଲେ ହେଁ ଗତି ୨୦୧୮ ଠାରୁ ପରବର୍ତ୍ତୀ ସମୟରେ କୌଣସି ନିଯୁକ୍ତି କରାଯାଇ ନଥିଲା । ଫଳରେ ପାଖାପାଖି ୫ ବର୍ଷରୁ ଅଧିକ ସମୟ ଧରି ନିଯୁକ୍ତି ବନ୍ଦ ରହିଥିଲା । ତେଣୁ ଅନେକ ପ୍ରାର୍ଥୀ ସର୍ବାଧିକ ବୟସ ସୀମାକୁ ନେଇ ସମସ୍ୟା ସାମ୍ନା କରିଥିଲେ । ତେଣୁ ବୟସସୀମା କୋହଳ ନେଇ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ସେମାନଙ୍କର ଆବେଦନକୁ ଗ୍ରହଣ କରିବାକୁ ସହ ଆବେଦନ କରିବାକୁ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.