fbpx

World Cup ଏମିତି କେବେ ଜିତି ପାରିବନି ମହିଳା ଦଳ…. ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ କରିଦେଲା ଏମିତି ଭୁଲ

ନୂଆଦିଲ୍ଲୀ: ଆଜି ମହିଳା ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ । ବିଶ୍ୱକପର ପ୍ରଥମ ମ୍ୟାଚରେ ହିଁ ଖରାପ ଆରମ୍ଭ କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ସୋଫି ଡିଭାଇନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୧୫୪ ରନ୍ କରିଛି ନ୍ୟୁଜିଲାଣ୍ଡ । ପାୱାରପ୍ଲେ’ ରେ ଭାରତୀୟ ଖେଳାଳି ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଯାହାଫଳରେ କ୍ରିକେଟ ଏକ୍ସପର୍ଟ ଏବଂ ଦର୍ଶକ ଏହାକୁ ନେଇ ନିରାଶ ହୋଇଛନ୍ତି । ଏହି ସମୟରେ ଟିମ ଇଣ୍ଡିଆ ଅନେକ ଭୁଲ କରିଛି, ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଫ୍ୟାନ୍ସ ।

ବିଶ୍ୱକପର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ବୋଲିଂ ଏବଂ ଫିଲ୍ଡିଂ ଖୁବ ନିରାଶଜନକ ରହିଛି । ନ୍ୟୁଜିଲାଣ୍ଡ ଇନିଂସର ଷଷ୍ଠ ଓଭରରେ ଟିମ ଇଣ୍ଡିଆର ୨ ଜଣ ଖେଳାଳିଙ୍କ ଦ୍ୱାରା ଅତି ଖରାପ ଫିଲ୍ଡିଂ ଦେଖିବାକୁ ମିଳିଛି । ଏହି ଓଭରର ଦ୍ୱିତୀୟ ବଲରେ ରେଣୁକା ଠାକୁର ସରଳ ଫିଲ୍ଡିଂ ହାତଛଡ଼ା କରିଥିଲେ । ଏହି ଖରାପ ଫିଲ୍ଡିଂ ପାଇଁ ନ୍ୟୁଜିଲାଣ୍ଡକୁ ଏକ ଚୌକା ମିଳିଥିଲା । ତେବେ ଏହାର ୨ଟି ବଲ୍ ପରେ ପୁଣିଥରେ ସମାନ ଘଟରା ଦେଖିବାକୁ ମିଳିଛି । ତେବେ ଏଥର ରେଣୁକା ଠାକୁର ନୁହେଁ, ୱିକେଟ କିପର ଋଚା ଘୋଷ୍ ଖରାପ ଫିଲ୍ଡିଂ କରିଥିଲେ । ଯାହା ଫ୍ୟାନ୍ସଙ୍କ ମନରେ ଅସନ୍ତୋଷ ଭରି ଦେଇଥିଲା ।

ୱିକେଟ ଋଚା ଘୋଷ ଖୁବ ସହଜ କ୍ୟାଚ୍ ଛାଡ଼ି ନ୍ୟୁଜିଲାଣ୍ଡର ସୁଜୀ ବେଟ୍ସଙ୍କୁ ଆଉ ଏକ ଜୀବନଦାନ ଦେଇଥିଲେ ଋଚା । ଏହି ଓଭର ଟିମ ଇଣ୍ଡିଆର ଷ୍ଟାର ବୋଲର ଅରୁନ୍ଧତୀ ରେଡ୍ଡି ବୋଲିଂ କରୁଥିବା ବେଳେ ସୁଜିଙ୍କ ବ୍ୟାଟରେ ବାଜି ବଲ୍ ସିଧା ଋଚାଙ୍କ ପାଖକୁ କ୍ୟାଚ୍ ଆସିଥିଲା । ଏହି କ୍ୟାଚ୍ ଖୁବ ସହଜ ଥିଲା, ତେଣୁ ସୁଜୀଙ୍କ ୱିକେଟ ଯିବା ସୁନିଶ୍ଚିତ ବୋଲି ମନେ ହେଉଥିଲା । କିନ୍ତୁ ଋଚା ଏହି କ୍ୟାଚ୍ ହାତଛଡ଼ା କରିଥିଲେ । ଏହା ଦେଖି ଷ୍ଟାଡିୟମରେ ଦର୍ଶକ ଖୁବ ନିରାଶ ହୋଇଛନ୍ତି । ଏହାପରେ ଋଚାଙ୍କ ଏଭଳି ଫିଲ୍ଡିଂକୁ ନେଇ ଖୁବ ଟ୍ରୋଲିଂର ଶିକାର ହୋଇଛି ଟିମ ଇଣ୍ଡିଆର । ବିଶ୍ୱକପ୍ ଭଳି ଇଭେଣ୍ଟରେ ଏଭଳି ନିରାଶଜନକ ଫିଲ୍ଡିଂ କଲେ, ଭାରତୀୟ ମହିଳା ଦଳ ହାତରୁ ବିଶ୍ୱକପ୍ ଟ୍ରଫି ହାତଛଡ଼ା ହୋଇଯିବ ବୋଲି ଆଲୋଚନା ହେବା ଆରମ୍ଭ ହୋଇଛି ।

Get real time updates directly on you device, subscribe now.