fbpx

ହରିୟାଣା ବିଧାନସଭାର ୯୦ ଆସନ ପାଇଁ ମତଦାନ ଆରମ୍ଭ, ୧୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା

ନୂଆଦିଲ୍ଲୀ: ହରିୟାଣା ବିଧାନସଭାର ସମସ୍ତ ୯୦ଟି ସିଟରେ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୯୦ ବିଧାନସଭା ସିଟ ପାଇଁ ୧୦୩୧ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା। ଭୋଟିଂ ପାଇଁ ସାରା ରାଜ୍ୟରେ ୨୦,୬୩୨ଟି ପୋଲିଂ ବୁଥ କରାଯାଇଛି। ମତଦାନ ଶାନ୍ତିପୂର୍ଣ୍ଣ ଭାବେ କରିବା ଲାଗି ୨୯ ହଜାର ୪୬୨ ପୋଲିସକର୍ମୀ, ୨୧ ହଜାର ୧୯୬ ହୋମଗାର୍ଡ, ୧୦ ହଜାର ୪୦୩ ଏସପିଓଙ୍କୁ ମୁତୟନ କରାଯାଇଛି।

ହରିୟାଣାରେ ଚଳିତ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁକାବିଲା ଜୋରସୋରରେ ଚାଲିଛି। ଗୋଟେ ପଟେ ବିଜେପି ତୃତୀୟ ଥର ଆସନକୁ ଅକ୍ତିଆର କରିବାକୁ ଚେଷ୍ଟା ଜରି ରଖିଥିବା ବେଳେ, ଅନ୍ୟପଟେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛି।

Get real time updates directly on you device, subscribe now.