fbpx

ନବରାତ୍ରିର ତୃତୀୟ ଦିନରେ ମଙ୍ଗଳ ଦୋଷ ଦୂର କରନ୍ତି ମାଆ ଚନ୍ଦ୍ରଘଣ୍ଟା, ଏହି ରାଶିମାନଙ୍କର ଚମକିବ ଭାଗ୍ୟ

ଓଡ଼ିଶା ଭାସ୍କର: ନବରାତ୍ରିର ତୃତୀୟ ଶକ୍ତି ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଇଥାଏ। ମାଆଙ୍କ ଏହି ରୂପ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିଶ୍ୱାସ କରାଯାଏ। ମାଆ ଚନ୍ଦ୍ରଘଣ୍ଟାଙ୍କ ଉପାସନା ସାହସୀ କରାଇଥାଏ । ଦେବୀ ଚନ୍ଦ୍ରଘଣ୍ଟାଙ୍କ ରଙ୍ଗ ସୁନା ପରି ଉଜ୍ଜ୍ୱଳ ଏବଂ ତାଙ୍କ ବାହନ ସିଂହ ଅଟେ।

ଦେବୀ ମାଆଙ୍କ ମଥାରେ ଘଣ୍ଟା ଆକାରର ଅର୍ଦ୍ଦଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ନାମରେ ଜଣାଯାଏ । ମାଆ ଚନ୍ଦ୍ରଘଣ୍ଟାଙ୍କ ବାହନ ସିଂହ ଏବଂ ତାଙ୍କ ଦଶଟି ହାତରୁ ୪ଟି ହାତରେ ପଦ୍ମ ଫୁଲ, ଧନୁ, ଜପ ମାଳା ଏବଂ ତୀର ଅଛି ଏବଂ ପାଞ୍ଚ ନମ୍ବର ହାତରେ ଅଭୟ ମୁଦ୍ରା ରହିଛି । ଅନ୍ୟ ୪ଟି ହାତରେ ତ୍ରୀଶୁଳ, ଗଦା, କମଣ୍ଡଳ ଏବଂ ଖଣ୍ଡା ଏବଂ ପାଞ୍ଚ ନମ୍ବର ହାତରେ ମୁଦ୍ରା ରହିଥାଏ । ମାଆଙ୍କ ରୂପ ଭକ୍ତଙ୍କ ପାଇଁ କଲ୍ୟାଣକାରୀ ଅଟେ ।

ଯେତେବେଳେ ମଙ୍ଗଳ ଗ୍ରହ ଅଶୁଭ ହୋଇଥାଏ ସେତିକି ବେଳେ ବ୍ୟକ୍ତି ଅତ୍ୟଧିକ କ୍ରୋଧିତ ହୁଏ। ଅପ୍ରାକୃତିକ ଦୁର୍ଘଟଣା ଘଟାଏ ଏବଂ ରୋଗ ବ୍ୟାପିବା ଆରମ୍ଭ କରେ। ଏଥିସହ ଯେତେବେଳେ ବି ଜଣେ ବ୍ୟକ୍ତି ଆଗକୁ ବଢିବାକୁ ଚେଷ୍ଟା କରେ, କିଛି ବାଧା ବା ଅନ୍ୟଟି ତାଙ୍କ ପଥରେ ଆସେ। ଏଭଳି ପରିସ୍ଥିତିରେ, ଏହି ସମସ୍ୟାର ଶିକାର ହେଉଥିବା ଲୋକମାନେ ନିଶ୍ଚିତ ଭାବରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବା ଉଚିତ୍, ଏହା ଲାଭ ପ୍ରଦାନ କରିଥାଏ।

ମେଷ: ଆଜି ଆପଣଙ୍କୁ କିଛି ଏପରି ପ୍ରେରଣା ମିଳିବ, ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ ତାହା ସଫଳ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଆଜି ଉତ୍ତମ ରହିବ। କୌଣସି ବ୍ୟକ୍ତି ଆପଣଙ୍କୁ ବ୍ୟବସାୟ ବଢିବା ପାଇଁ ପରାମର୍ଶ ଦେବ। ଏଥିପାଇଁ ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା ଉପବାସ କରନ୍ତୁ।

ବୃଷ ରାଶି: ଆଜି ଆପଣଙ୍କ ଚାରିପାଖର ପରିବେଶ ସକରାତ୍ମକ ରହିବ। ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ଆପଣ କିଛି ବିଜନେସ ଗ୍ରୁପ ସହ ଡିଲ କରିବାକୁ ଯାଉଛନ୍ତି। ଧନପ୍ରାପ୍ତି ହେବା ସହ ମାନ-ସମ୍ମାନ ବୃଦ୍ଧି ପାଇବ। ମାଆ ଦୁର୍ଗାଙ୍କୁ ନଡିଆ ଅର୍ପଣ କରନ୍ତୁ।

ମିଥୁନ:ଆଜି ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବାର ଯୋଗ ସୃଷ୍ଟି ହେଉଛି। ଆଜି ଘର ଲୋକଙ୍କ ସହ ସମୟ ବିତାଇବା ପାଇଁ ସୁଯୋଗ ମିଳିବ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଶୁବ ରହିବ। ଲଭମେଟ ଆଜି ନିଜ ସଂପର୍କ ବିଷୟରେ ଘରଲୋକଙ୍କୁ କହିବେ। ଆଜି ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ। ମହିଳାମାନେ ଆଜି ରୋଷେଇ ଘରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମାଆ ଦୁର୍ଗାଙ୍କୁ ଗୁଜରାତି ଅର୍ପଣ କରନ୍ତି, ଘରେ ନେଗେଟିଭିଟୀ ଦୂର ହେବ।

ମୀନ: ଆପଣ ନିଷ୍ପତ୍ତି ନେବାପାଇଁ ଆଜିର ଦିନ ଶୁଭମୟ ରହିବ। ଏଥିପାଇଁ ମାଆଙ୍କୁ କୁମକୁମର ତିଳକ ଲଗାନ୍ତୁ, ଧନ-ଧାନ୍ୟ ବୃଦ୍ଧି ଘଟିବ। ମେଡିକାଲ ପଢୁଥିବା ଛାତ୍ରଙ୍କ ପାଇଁ ଆଜିର ଦିନ ଭଲ ରହିବ। ପିଲାମାନେ ନିଜ ପଢାପ୍ରତି ମନ ଦେବେ। କୌଣସି ବିଜନେସ ଡିଲ ପାଇଁ ଆପଣଙ୍କୁ ଅଫର ମିଳିପାରେ।

Get real time updates directly on you device, subscribe now.