fbpx

ଛତିଶଗଡରୁ ଲୋପ ପାଇବେ ମାଓବାଦୀ! ଏଯାଏଁ ଗଡିଲାଣି 36 ମୁଣ୍ଡ, ସର୍ଚ୍ଚ ଅପରେସନ ଜାରି

ଛତିଶଗଡ: ଛତିଶଗଡରେ ବଡ ଧରଣର ମାଓ ଅପରେସନ । ନକ୍ସଲ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଚର ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗଡିଲାଣି 36 ମୁଣ୍ଡ । ଛତିଶଗଡର ନାରାୟଣପୁର-ଦନ୍ତେଓ୍ବାଡା ସୀମାନ୍ତରେ ଏଯାଏଁ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ବେଳେ ଆହୁରି ମଧ୍ୟ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶା କରାଯାଉଛି ।

ଖବର ଅନୁସାରେ ପୋଲିସ ରିଜର୍ଭ ଗାର୍ଡ, ସ୍ପେଶାଲ ଟାକ୍ସ ଫୋର୍ସ ପକ୍ଷରୁ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ଏନକାଉଣ୍ଟର ଜାରି ରହିଥିଲା । ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଥିଲା । ଗୋଟିଏ ପରେ ଗୋଟିଏ ମାଓ ମୁଣ୍ଡ ଗଡିବାରେ ଲାଗିଛି । ଜଙ୍ଗଲରୁ 36ଜଣଙ୍କ ମୃତଦେହ ସହିତ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି ସୁରକ୍ଷାକର୍ମୀ । ତେବେ ବର୍ତ୍ତମାନ ମଧ୍ୟ ଏନକାଉଣ୍ଚର ସହିତ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଆଗକୁ ମଧ୍ୟ ବୃଦ୍ଧିପାଇବାର ସମ୍ଭାବନା ରହିଛି । ଅନ୍ୟପଟେ ସର୍ଚ୍ଚ ଅପରେସନ ସମୟରେ ଏକେ-47 ମଧ୍ୟ ଜବତ କରାଯାଇଛି । ତେବେ ଏହି ଘଟଣାକୁ ନେଇ ସୁରକ୍ଷାକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ । ସେ କହିଛନ୍ତି, ନକ୍ସଲବାଦ ଶେଷ ନିଶ୍ୱାସକୁ ଗଣନା କରୁଛି । ବର୍ତ୍ତମାନ ଛତିଶଗଡରୁ ନକ୍ସଲବାଦ ଦୂର ହେବାକୁ ଯାଉଛି ।

Get real time updates directly on you device, subscribe now.