fbpx

WhatsApp Statusରେ ଆସିଲା ନୂଆ ଫିଚର; ଇନଷ୍ଟାଗ୍ରାମ ଭଳି କରିହେବ ଟ୍ୟାଗ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ହ୍ବାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଯଦି ଦେଖିବା ସମସ୍ତ ସୋସିଆଲ ମିଡିଆ ମଧ୍ୟରୁ ଭାରତ ତଥା ବିଶ୍ବରେ ଏହାର ବ୍ୟବହାର ବହୁଳ ଭାବେ ହୋଇଥାଏ । ଏହି ଆପ୍ ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଫର୍ମରେ ବ୍ୟବହୃତ ହୁଏ । ଏହାରି ଭିତରେ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ସମୟେ ସମୟରେ ନୂଆ ନୂଆ ଫିଚର ରୋଲଆଉଟ କରିଥାଏ । ଏହାରି ଭିତରେ ହ୍ବାଟ୍ସଆପ ଷ୍ଟାଟସରେ ଆଉ ଏକ ଫିଚର ଆସିଛି । ଯାହାକି ଇନଷ୍ଟାଗ୍ରାମ ଭଳି ଅନୁଭବ କରାଇବ ।

ଏଥର ହ୍ବାଟ୍ସଆପ ନିଜ ପ୍ଲାଟଫର୍ମରେ ଦୁଇଟି ନୂଆ ଫିଚର ଯୋଡିଛି । ପ୍ରଥମତଃ ହ୍ବାଟ୍ସଆପରେ ଷ୍ଟାଟସରେ ଅନ୍ୟ କାହାକୁ ଟ୍ୟାଗ କରିହେବ । ଅନ୍ୟପଟେ ଟ୍ୟାଗ ହୋଇଥିବା ଷ୍ଟାଟସକୁ ମଧ୍ୟ ସେୟାର କରିପାରିବେ । ଏହା ଅନୁରୂପ ଫେସବୁକ, ଇନଷ୍ଟାଗ୍ରାମ ଭଳି ଅଭିଜ୍ଞତା ଦେବା ନେଇ ଆଶା କରାଯାଉଛି । ଏହି ଫିଚର ଇନଷ୍ଟାଗ୍ରାମ ଏବଂ ଫେସବୁକରେ ରହିଥିବା ବେଳେ ବର୍ତ୍ତମାନ ହ୍ବାଟ୍ସଆପରେ ମଧ୍ୟ ଏହି ଫିଚର ରୋଲଆଉଟ ହୋଇଛି । ବ୍ଲଗ ମାଧ୍ୟମରେ ହ୍ବାଟ୍ସଆପ ଏହି ଫିଚର ନେଇ ଘୋଷଣା କରିଛି । ବର୍ତ୍ତମାନ ଏହି ଫିଚର କେବଳ ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ ହୋଇଥିବା ବେଳେ ଖୁବଶୀଘ୍ର ସାଧାରଣ ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲଆଉଟ ହେବ ।

Get real time updates directly on you device, subscribe now.