fbpx

ହେଲଥ ଇନସ୍ୟୁରାନ୍ସ କ୍ଲେମ୍ ରିଜେକ୍ଟ ହୁଏ କାହିଁକି: ଜାଣନ୍ତୁ ଏହା ପଛର ୧୦ଟି ବଡ଼ କାରଣ

ନୂଆଦିଲ୍ଲୀ: ଆପଣମାନେ ଯଦି ହେଲଥ ଇନସ୍ୟୁରାନ୍ସ କି ପଲିସୀ ନେବାକୁ ଯାଉଛନ୍ତି ତେବେ ତା’ ପୂର୍ବରୁ ଏଥିସହ ଜଡ଼ିତ କିଛି ଜରୁରୀ ଖବର ଜାଣିବା ନିହାତି ଆବଶ୍ୟକ । ଏନେଇ ଆପଣମାନେ ଯଦି ପୂର୍ବରୁ ସତର୍କ ନରହିବେ ତେବେ ଆଗାମୀ ଦିନରେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । ମେଡିକାଲ ଏମର୍ଜେନ୍ସି ସମୟରେ ଚିକିତ୍ସା ଖର୍ଚ୍ଚରୁ ହେଲଥ ଇନସ୍ୟୁରାନ୍ସ ମୁକ୍ତି ଦେଇଥାଏ । ତେବେ ଅନେକ ସମୟରେ କିଛି ତ୍ରୁଟି କାରଣରୁ ହେଲଥ ଇନସ୍ୟୁରାନ୍ସ କ୍ଲେମ୍ ରିଜେକ୍ଟ ହୋଇଯାଇଥାଏ । ତେଣୁ ଏପରି ସ୍ଥିତିରେ ଆପଣମାନେ କ’ଣ କରିବେ ଓ କ’ଣ କରିବେନି ସେନେଇ ଜାଣିବା ନିହାତି ଆବଶ୍ୟକ ।

କାହିଁକି ରିଜେକ୍ଟ ହୁଏ ହେଲଥ ଇନସ୍ୟୁରାନ୍ସ କ୍ଲେମ୍

୧- ପଲିସୀରେ ବୟସ, ଇନକମ, ପ୍ରୋଫେସନକୁ ନେଇ ଭୁଲ ତଥ୍ୟ ଦେବା । ୨- ସମୟସୀମା ମଧ୍ୟରେ ବୀମାର କ୍ଲେମ୍ ନ କରିବା । ୩- କୌଣସି ପୁରୁଣା ବିମାରୀକୁ ଲୁଚାଇବା ବା ରୋଗୀର ପ୍ରି-ଏକଗଜିଷ୍ଟିଙ୍ଗ । ୪- ଲିମିଟରୁ ଅଧିକ ପଲିସୀ କ୍ଲେମ୍ କରିବା । ୫- ରୋଗୀ, ଡାକ୍ତରଙ୍କ ଭୁଲ ତଥ୍ୟ ଦେବା । ୬- ଭୁଲ ମେଡିକାଲ ରିପୋର୍ଟ, ହସ୍ପିଟାଲ ବିଲ ଦେବା । ୭- ସମ ଇନସ୍ୟୁର୍ଡ ରାଶିକୁ ପୂର୍ବରୁ ବ୍ୟବହାର କରିବା । ୮- ମେଡିକ୍ଲେମ ପଲିସୀ ରିନ୍ୟୁ ନ କରିବା ବା ସମାପ୍ତ ହୋଇଯିବା । ୯- ପଲିସୀରେ କଭର ନ ହେଉଥିବା ଜିନିଷକୁ କ୍ଲେମ୍ କରିବା । ୧୦- ପଲିସୀର ସମସ୍ତ ସର୍ତ୍ତ ନ ମାନିବା ।

Get real time updates directly on you device, subscribe now.