fbpx

MayFairରେ ବିରାଟ ଦାଣ୍ଡିଆ ରାସ୍: ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ ଇଭେଣ୍ଟ

ଭୁବନେଶ୍ୱର: ରାଜଧାନୀର ମଧ୍ୟ ଭାଗରେ ଥିବା ହୋଟେଲ ମେ ଫେୟାରରେ ୬ ଅକ୍ଟୋବରରୁ ୧୩ ପର୍ଯ୍ୟନ୍ତ ବିରାଟ ଦାଣ୍ଡିଆ ରାସ୍ ଆୟୋଜନ ହୋଇଛି ଯାହା । ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ମେ ଫେୟାର ହୋଟେଲର ମ୍ୟାନେଜିଂ ପାର୍ଟନର, ଇଭେଣ୍ଟ ଏବଂ ପ୍ରମୋସନର ସରୋଜ ମଲିଆ ଜଣାଇଛନ୍ତି । ମେ ଫେୟାର ହୋଟେଲ ସହିତ ଏଣ୍ଟରଟେନ୍ ଇଭେଣ୍ଟର ମିଳିତ ସହଯୋଗରେ ଏହି ବିରାଟ ଦାଣ୍ଡିଆ ରାସ୍ ଆୟୋଜନ କରାଯାଇଛି । ଓଲିଉଡ଼ ତଥା ବଲିଉଡର ସେଲିବ୍ରିଟି ମାନେ ଏହି ଦାଣ୍ଡିଆ ରାସ୍ ରେ ଯୋଗଦେବେ । ସାରେଗାମାପାର ନାମୀ କଣ୍ଠଶିଳ୍ପୀ ତଥା ଓଲିଉଡ଼ ତାରକା ମାନଙ୍କୁ ନେଇ ମେ ଫେୟାର ଚଳିତ ବର୍ଷ ଏହି ଦାଣ୍ଡିଆ ରାସ୍ ମାଧ୍ୟମରେ ରାଜଧାନୀ ବାସୀଙ୍କୁ ଦଶହରାର ମଜ୍ଜା ଯୋଗାଇଦେବ । ଟିକେଟର ମୂଲ୍ୟ ମାତ୍ର ଏକ ହଜାର ପାଞ୍ଚ ଶହ ଟଙ୍କା ରଖାଯାଇଥିବା ବେଳେ ପ୍ରାୟ ପଚିଶ ପ୍ରକାରର ଖାଦ୍ୟ ମନ ଭରି ଅସୀମିତ ଖାଇପାରିବେ । ନବରାତ୍ରୀ ଚାଲିଥିବାରୁ ବିଭିନ୍ନ ବର୍ଗର ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ରୁଚିର ଖାଦ୍ୟ ପ୍ରସ୍ତୁତି ହେବାର ବ୍ୟବସ୍ଥା କରାଯାଇଛି । ଇଣ୍ଡିଆନ ଫୁଡ୍ ସହିତ ଇଟାଲିଆନ୍ ଫୁଡ୍ ମଧ୍ୟ ପ୍ରସ୍ତୁତ ହେବ । ୬ ବର୍ଷର ଶିଶୁଙ୍କ ପାଇଁ ପ୍ରବେଶ ନିଃଶୁଳ ଥିବା ବେଳେ ବୟସ୍କ ଲୋକମାନଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ ବ୍ୟବସ୍ଥା ହୋଇଛି ।

ଦାଣ୍ଡିଆ ରାସ୍ ର ଭରପୁର ମନୋରଞ୍ଜନ ସହିତ ମହିଳା ଏବଂ ଛୋଟ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା ମଧ୍ୟ ରହିଛି । ମେ ଫେୟାର ହୋଟେଲ ରେ ଦାଣ୍ଡିଆ ରାସ୍ ରେ ସବୁବେଳେ ଲୋକମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥାଏ । ମେ ଫେୟାର ହୋଟେଲ ରେ ବର୍ଷା, ଝଡ଼ ତୋଫାନର ଭୟ ନ ଥାଏ । ତେଣୁ ସମ୍ପୂର୍ଣ୍ଣ ପରିବାର ଏହି ଦାଣ୍ଡିଆ ରାସ୍ ରେ ଯୋଗଦେଇ ଭରପୁର ମନୋରଞ୍ଜନ ନେଇପାରିବେ । ଟିକେଟ ସଂଗ୍ରହ ଏବଂ ଅଧିକ ଜାଣିବା ପାଇଁ ୯୩୩୮୨୧୧୮୪୨ ନମ୍ବର ରେ ଯୋଗାଯୋଗ କରିବାକୁ କର୍ତ୍ତୃପକ୍ଷ ଜଣାଇଛନ୍ତି ।

Get real time updates directly on you device, subscribe now.