fbpx

NASA ଦେଲା ଚେତାବନୀ! ପୃଥିବୀ ସହ ମାଡ ହେବାକୁ ଯାଉଛି ବଡ଼ ସୌର ଝଡ଼, ଜାଣନ୍ତୁ କଣ ରହିବ ଏହା ପ୍ରଭାବ

ନୂଆଦିଲ୍ଲୀ: ଆମେରିକା ବୈଜ୍ଞାନିକ ଚେତାବନୀ ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ; ଖୁବ ଶିଘ୍ର ପୃଥିବୀକୁ ଏକ ବଡ଼ ସୌର ଝଡ଼ ଆସିବାକୁ ଯାଉଛି। ନାସାର ଏହି ଚେତାବନୀ ଏବଂ ସୌର ଝଡ଼ର ଭାରତ ଉପରେ କଣ ପ୍ରଭାବ ପଡିବ? ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଅଷ୍ଟ୍ରୋଫିଜିକ୍ସର ନିର୍ଦ୍ଦେଶକ ଡା. ଅନ୍ନପୂର୍ଣ୍ଣୀ ସୁବ୍ରମଣ୍ୟମ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ସୂର୍ଯ୍ୟ ଦ୍ୱାରା ସୌର ମଣ୍ଡଳରେ ଆରମ୍ଭ ହୋଇଥିବା କଣିକା, ଶକ୍ତି, ଚୁମ୍ବକୀୟ କ୍ଷେତ୍ର ଏବଂ ପଦାର୍ଥର ହଠାତ ବିସ୍ଫୋରଣ ହେଉଛି ସୂର୍ଯ୍ୟଝଡ଼।

ସେ କହିଛନ୍ତି ଯେ, ପୃଥିବୀ ଆଡକୁ ଆସୁୁଥିବା ସୌର ଝଡ଼ ଟେଲିକମ ଏବଂ ସାଟେଲାଇଟକୁ କ୍ଷତି ପହଞ୍ଚାଇପାରେ। ଭାରତୀୟ ବୈଜ୍ଞାନିକ ଏହାର ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ବିଶେଷଜ୍ଞ ଏହି ବିଷୟରେ କହିଛନ୍ତି ଯେ, ସେ ଭାରତୀୟ ଉପଗ୍ରହ ଅପରେଟରର ସମସ୍ତଙ୍କୁ ସତର୍କ ରହିବାକୁ ସୂଚୀତ କରିଛନ୍ତି। ଆଗାମୀ କିଛି ଦିନ ପୃଥିବୀ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି, କାରଣ ଝଡ଼ ପୃଥିବୀ ଆଡକୁ ଆସୁଛି। ଡା. ସୁବ୍ରମନ୍ୟମ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଉତ୍ପନ୍ନ ହୋଇଥିବା ସୌର ଝଡ଼ ମେ ମାସରେ ଘଟିଥିବା ସୌର ଝଡ଼ ସହ ସମାନ।

ବୈଜ୍ଞାନିକ କହିଛନ୍ତି ଯେ, ସୌର ଝଡ଼ର ଆଶଙ୍କାକୁ ଦେଖି ଆମେ ମ୍ୟାଗ୍ନେଟୋସ୍ଫିୟରର ମଧ୍ୟ ଅନୁସନ୍ଧାନ କରୁଛୁ। ହେଲେ ଆମ୍ଭେ ଅପେକ୍ଷା କରିବାକୁ ଚାହିଁବୁ କାରଣ ଏହା ପୃଥିବୀ ସହ ମାଡ ହେବା ପାଇଁ କିଛି ଦିନ ଲାଗିଥାଏ। ସେ ଆହୁରି କହିଛନ୍ତି ଯେ, ଭବିଷ୍ୟତରେ ଏହା ହୋଇପାରେ କି ନ ହୋଇପାରେ, ଆମକୁ ଅପେକ୍ଷା କରିବାକୁ ପଡିବ।

Get real time updates directly on you device, subscribe now.