fbpx

(Video) ବେରୋଜଗାରୀର ଦୟନୀୟ ସ୍ଥିତି! ଚପରାସୀ ଓ ୱେଟର ଚାକିରି ପାଇଁ ୩ ହଜାର ଆଶାୟୀଙ୍କ ଲମ୍ବା ଲାଇନ୍

ନୂଆଦିଲ୍ଲୀ: ଆଜିର ସମୟରେ ବିଭିନ୍ନ ଦେଶ ଯେତେ ପ୍ରଗତି କଲେ ବି ଅନେକ ଲୋକ ଚାକିରି ଖଣ୍ଡେ ପାଇବା ପାଇଁ କଠିନ ସଂଘର୍ଷ କରୁଛନ୍ତି । ଏହା ମଧ୍ୟରେ ବେରୋଜଗାରୀରର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଖଣ୍ଡେ ଚପରାଶୀ ଓ ୱେଟର ଚାକିରି ପାଇଁ ଶହେ କି ଦୁଇଶହ ନୁହନ୍ତି, ୩ ହଜାର ଆଶାୟୀ ଧାଡ଼ିରେ ଲାଇନରେ ଛିଡ଼ା ହୋଇଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ମୁତାବକ, କାନାଡ଼ାରେ ଦେଖିବାକୁ ମିଳିଛି ଏଭଳି ଏକ ଦୟନୀ ସ୍ଥିତି । ଭାରତରେ ଚାକିରି ସମସ୍ୟାରୁ ମୁକ୍ତି ପାଇଁ ବିଭିନ୍ନ ଦେଶରେ ଭାରତୀୟ ଯୁବକ, ଯୁବତୀମାନେ ଚାକିରି ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଭାରତରେ ଚପରାସୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ ପାଇଁ ପିଏଚଡି ଡିଗ୍ରୀ ଧାରୀ ପ୍ରାର୍ଥୀ ଆବେଦନ କରୁଥିବା ବେଳେ ବିଦେଶରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କାନାଡ଼ାର ବ୍ରେମ୍ପଟନ ସହରରୁ ଆସିଛି ଏଭଳି ଚିନ୍ତାଜନକ ଭିଡିଓ ।

ଏକ ରେଷ୍ଟୁରାଷ୍ଟ ପକ୍ଷରୁ ଚାକିରି ବିଜ୍ଞାପନ ଜାରି ହେବା ପରେ ୩ ହଜାରରୁ ଅଧିକ ଭାରତୀୟ ସେଠାରେ ଚାକିରି ପାଇଁ ଲାଇନ୍ ଲଗାଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଚାକିରି ସନ୍ଧାନରେ ବିଦେଶ ଯିବା ପୂର୍ବରୁ ଏହି ଛାତ୍ରଛାତ୍ରମାନେ ଆତ୍ମନିରୀକ୍ଷଣ କରିବା ଆବଶ୍ୟକ ବୋଲି ଜଣେ ୟୁଜର କହିଛନ୍ତି । ଯେଉଁ ଦେଶକୁ ସେମାନେ ଚାକିରି ପାଇଁ ଯାଉଛନ୍ତି ସେହି ଦେଶର ଅବସ୍ଥା ବିଷୟରେ ସେମାନେ ଜାଣିବା ଜରୁରୀ ବୋଲି ଅନେକ ମତ ଦେଇଛନ୍ତି । ଅନ୍ୟପକ୍ଷରେ ଏହାକୁ ବେରୋଜଗାରୀ ବୋଲି କୁହାଯାଇପାରିବ ନାହିଁ । ବରଂ କିଛି ଛାତ୍ରଛାତ୍ରୀ ନିଜର ଖର୍ଚ୍ଚ ଉଠାଇବା ପାଇଁ ରେଷ୍ଟୁରାଣ୍ଟରେ ଚାକିରି ପାଇଁ ଆବେଦନ କରିଥାଇ ପାରନ୍ତି ବୋଲି ଆଉ ଜଣେ ମତ ଦେଇଛନ୍ତି ।

Get real time updates directly on you device, subscribe now.