fbpx

(Video): ଏମିତି ବି ଚା’ ହୁଏ ! ନାଲି ରଂଗ ଡ୍ରିଙ୍କ୍ ମିଶ୍ରଣ କରି ପ୍ରସ୍ତୁତ କଲେ ସ୍ପେଶାଲ ଚାହା, ଭିଡିଓ ଦେଖି ତାତିଲେ ୟୁଜର୍ସ

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ସକାଳେ ଉଠିବା ପରେ ଚାହା ପିଇବାକୁ ପସନ୍ଦ କରିଥାନ୍ତି । ସକାଳୁ ସକାଳୁ ଚାହା ଟିକିଏ ପିଇଦେଲେ ଯେମିତି ଫୁର୍ତ୍ତି ଅନୁଭବ ହୁଏ । ବ୍ୟକ୍ତି ନିଜ ପସନ୍ଦ ଅନୁଯାୟୀ କ୍ଷୀର ଚାହା, ନାଲି ଚାହା, ଲେମନ୍ ଟି, ଗ୍ରୀନ୍ ଟି, ହର୍ବାଲ ଟି, ବ୍ଲାକ୍ ଟି ଇତ୍ୟାଦି ସେବନ କରିଥାଏ । ସାଧାରଣତଃ ପାଣି, କ୍ଷୀର, ଚା’ ପତି ଓ ଚିନିର ମିଶ୍ରଣରେ ଚାହା ପ୍ରସ୍ତୁତ ହୋଇଥାଏ । କିନ୍ତୁ ସୋସିଆଲ ମିିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ଚାହାରେ ଏକ ପ୍ରକାର ନାଲି ରଂଗର ଏନର୍ଜି ଡ୍ରିଙ୍କ୍ ମିଶାଯାଉଥିବା ଦେଖାଦେଇଛି । ଏହି ଭିଡିଓ ଦେଖି ଅନେକ ଚାହା ପ୍ରେମୀଙ୍କୁ ଆଘାତ ଲାଗିଛି ।

ଆଜିକାଲି ଫୁଡ୍ ବ୍ଲଗର ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖାଦ୍ୟପେୟକୁ ନେଇ ପୋଷ୍ଟ କରିଥାନ୍ତି । ଏଥିମଧ୍ୟରେ f4foodi ନାମକ ଜଣେ ୟୁଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି କିପରି ଜଣେ ଚାହା ତିଆରି କରିବା ସମୟରେ ସେଥିରେ ଏନର୍ଜି ଡ୍ରିଙ୍କ୍ ମିଶାଉଛନ୍ତି । ଏଭଳି ଚାହା ବି ଲୋକମାନେ ପିଉଥିବେ ଭାବି ଆଶ୍ଚର୍ଯ୍ୟ ଲାଗୁଛି । ତେବେ ଏହି ଭିଡିଓକୁ ୧୭.୯ ମିଲିୟନରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୨ ଲକ୍ଷରୁ ଉର୍ଦ୍ଧ୍ୱ ୟୁଜର୍ସ ଲାଇକ୍ କରିଛନ୍ତି । ଏହି ଭିଡିଓକୁ ନେଇ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ଲେଖିଛନ୍ତି- ବୋଧୁଏ ଏହି ଚାହାବାଲା ସମସ୍ତଙ୍କ ହସ୍ପିଟାଲ ପଠାଇବ । ଅନ୍ୟ ଜଣେ ଲେଖିଛନ୍ତି ଏଭଳି ଚାହା ଠାରୁ ବିଷ ପିଇବା ଭଲ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଚାହା ଉପରେ ଅତ୍ୟାଚାର ବନ୍ଦ କର । ଆପଣ କେବେ ଭାବିଛନ୍ତି ଆମେ ଭାଇରାଲ ହେବା ପାଇଁ ଚାହା ସହ ବିଭିନ୍ନ ପ୍ରକାର ଏକ୍ସପେରିମେଣ୍ଟ କରିଥାଉପାରୁ କିନ୍ତୁ ଏହା ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ ହୋଇପାରେ । ଏଭଳି ଏକ୍ସପେରିମେଣ୍ଟ ଘରେ କରନ୍ତୁ ନାହିଁ ।

 

View this post on Instagram

 

A post shared by Sandesh Bora (@f4foodi)

Get real time updates directly on you device, subscribe now.