fbpx

ବଦଳିଲା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କ ଠିକଣା, ଜାଣନ୍ତୁ କେଉଁଠି ଶିଫ୍ଟ ହେଲେ ଆତିଶୀ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ନିକଟରେ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ନୂତନ ବାସଭବନ ଆଲଟ୍ କରାଯାଇଛି । ସୋମବାର ୬, ପ୍ଲାଗଷ୍ଟାଫ୍ ରୋଡ୍ ସ୍ଥିତ ବଙ୍ଗଳାରେ ଆତିଶୀ ଶିଫ୍ଟ ହୋଇଛନ୍ତି । କହିରଖୁଛୁ ଏହା ପୂର୍ବରୁ କେଜରିୱାଲ ଏଠାରେ ରହୁଥିଲେ । ବର୍ତ୍ତମାନ ସେ ଲୁଟିୟନ୍ସ ଦିଲ୍ଲୀ ସ୍ଥିତ ବାସଭବନକୁ ଶିଫ୍ଟ ହୋଇଛନ୍ତି ।

ଅଧିକାରିକ ସୂଚନାନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ତାଙ୍କ ବ୍ୟକ୍ତିଗତ ଏବଂ ଅନ୍ୟାନ୍ୟ ଜିନିଷ ସହ ନୂତନ ବଙ୍ଗଳାକୁ ଶିଫ୍ଟ ହୋଇଛନ୍ତି । ଏହା ପୂର୍ବରୁ ଆତିଶୀ ନିଜ ପରିବାର ସହ ଦକ୍ଷିଣ ଦିଲ୍ଲୀର କାଲକାଜିରେ ରହୁଥିଲେ ।

 

Get real time updates directly on you device, subscribe now.