fbpx

ଫ୍ଲୋରିଡାରେ ବ୍ୟାରେଲ ବାତ୍ୟା ଯୋଗୁଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ବାତ୍ୟା ବ୍ୟାରେଲ ଯୋଗୁଁ ଆମେରିକାର ଫ୍ଲୋରିଡାର କିଛି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ମେକ୍ସିକୋଠାରୁ ଅଳ୍ପ ଦୂରରେ ଥିବା ମିଲ୍ଟନ୍ ଉପକୂଳ ନିକଟରେ ପହଞ୍ଚିବା ପରେ ଏହି ବ୍ୟାରେଲ୍ ଝଡ଼ କ୍ୟାଟେଗୋରି-୧ ବାତ୍ୟାରେ ପରିଣତ ହୋଇଛି ବୋଲି ନ୍ୟାସନାଲ ହରିକେନ୍ ସେଣ୍ଟର ନିଶ୍ଚିତ କରିଛି । ସାମୁଦ୍ରିକ ଝଡ଼ ହେଲେନ୍ ବ୍ୟାରେଲ୍ ର ୧୦ ଦିନ ପୂର୍ବରୁ ଫ୍ଲୋରିଡାଛୁଇଁଥିଲା । ୨୦୦୫ରେ ବାତ୍ୟା କ୍ୟାଟ୍ରିନା ପରେ ଏହା ସବୁଠାରୁ ଭୟଙ୍କର ବାତ୍ୟା ଥିଲା ।

୨୦୦୫ରେ ବାତ୍ୟା କ୍ୟାଟ୍ରିନାରେ ଅତି କମରେ ୨୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଶହ ଶହ ଲୋକ ନିଖୋଜ ମଧ୍ୟ ହୋଇଥିଲେ । ଫ୍ଲୋରିଡାରେ ବାତ୍ୟା ହେଲେନ୍ ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ରବିବାର ଦିନ ବ୍ୟାରେଲ ବାତ୍ୟା ଯୋଗୁଁ ଫ୍ଲୋରିଡାରେ ପବନର ବେଗ ୧୩୦ କିଲୋମିଟର ଥିଲା । ଏହା ଏକ ଘଣ୍ଟା ପର୍ଯ୍ୟନ୍ତ ଥିଲା । ସେହିପରି ସାମୁଦ୍ରିକ ଝଡ଼ ଯୋଗୁଁ ସୋମବାର ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହାବ୍ୟତୀତ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଅନେକ ଲୋକ ନିଜ ଘର ଖାଲି ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.