fbpx

MNC କମ୍ପାନୀର ଷ୍ଟକରେ ନିବେଶ ସୁଯୋଗ, ଲଞ୍ଚ୍ ହେଲା ନୂତନ ମ୍ୟୁଚୁଆଲ ଫଣ୍ଡ୍ ସ୍କିମ୍

ନୂଆଦିଲ୍ଲୀ: ଦିନକୁ ଦିନ ମ୍ୟୁଚୁଆଲ ଫଣ୍ଡରେ ନିବେଶ କ୍ରେଜ୍ ବୃଦ୍ଧି ପାଇବାରେ ଲାଗିଛି । ମ୍ୟୁଚୁଆଲ ଫଣ୍ଡର କୌଣସି ନୂତନ ଏବଂ ଇନୋଭେଟିଭ୍ ଥୀମ୍ ବିଶିଷ୍ଟ ସ୍କିମରେ ନିବେଶ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କୋଟାକ ମହିନ୍ଦ୍ରା ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍ ମଲ୍ଟିନ୍ୟାସନାଲ କମ୍ପାନୀ ଥୀମ୍ ଆଧାରିତ ନିଜର ନ୍ୟୁ ଫଣ୍ଡ୍ ଅଫର(NFO) ଲଞ୍ଚ୍ କରିଛି । ଏହି ନୂତନ ସ୍କିମ୍ କୋଟାକ୍ MNC ଫଣ୍ଡ୍ ନାଁରେ ଲଞ୍ଚ୍ କରାଯାଇଛି । ଏହା ଏକ ଓପନ୍- ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ । ଏହି ପାଣ୍ଠି ମାଧ୍ୟମରେ ନିବେଶକମାନେ ଏମଏନସି ଦ୍ୱାରା ବିଶ୍ୱସ୍ତରୀୟ ଏକ୍ସପୋଜର ପାଇପାରିବେ । ପୋର୍ଟଫୋଲିଓରେ ବିଭିନ୍ନ ସେକ୍ଟର ଏବଂ ମାର୍କେଟ କ୍ୟାପରୁ ଶକ୍ତିଶାଳୀ ଏମଏନସିର ଷ୍ଟକ୍ ରହିବ । ଏହା ଦ୍ୱାରା ଡାଇଭର୍ସିଫିକେସନର ଲାଭ ମଧ୍ୟ ମିଳିପାରିବ । କୋଟାକ୍ ଏମଏନସି ପାଣ୍ଠି ଆଜିଠାରୁ ସବସ୍କ୍ରିପସନ୍ ପାଇଁ ଖୋଲିଛି । ଏଥିରେ ନିବେଶ କରିବାର ଶେଷ ତାରିଖ ହେଉଛି ୨୧ ଅକ୍ଟୋବର ।

କୋଟାକ୍ MNC ପାଣ୍ଠି ସେହି ମଲ୍ଟିନ୍ୟାସନାଲ କମ୍ପାନୀରେ ନିବେଶ କରିବା ଉପରେ ଫୋକସ୍ କରିଥାଏ ଯିଏକି ମଜବୁତ ଗ୍ଲୋବାଲ ବ୍ରାଣ୍ଡ୍ ଉପସ୍ଥିତି, ଆଡଭାନସ ଅପରେସନ୍, ଆଡଭାନ୍ସ ଟେକ୍ନୋଲୋଜିରୁ ମିଳୁଥିବା ଲାଭ, ମଜବୁତ ମ୍ୟାନେଜମେଣ୍ଟ କ୍ୱାଲିଟି ଏବଂ ଆର୍ଥିକ ସ୍ତରରେ ମଜବୁତ ପାଇଁ ଜଣାଯାଏ । ମଲ୍ଟିନ୍ୟାସନାଲ କମ୍ପାନୀର ଇକ୍ୱିଟି ଏବଂ ଇକ୍ୱିଟି ସମ୍ବନ୍ଧୀୟ ସିକ୍ୟୁରିଟିରେ ନିବେଶ କରି ଦୀର୍ଘକାଳୀନ ରିଟର୍ଣ୍ଣ ହାସଲ କରିବା MNC ପାଣ୍ଠିର ଲକ୍ଷ୍ୟ । ଏହି ପାଣ୍ଠିରେ ବିଭିନ୍ନ ମାର୍କେଟ କ୍ୟାପ୍ ଯେପରି ଲାର୍ଜ କ୍ୟାପ୍, ମିଡ୍ କ୍ୟାପ୍ ଏବଂ ସ୍ମଲ୍ କ୍ୟାପ୍ କମ୍ପାନୀରେ ନିବେଶର ସୁବିଧା ରହିଛି । କେବଳ ଏତିକି ନୁହେଁ ଏହି ଫଣ୍ଡ୍ ଡାଇଭର୍ସିଫାଇଡ୍ ପୋର୍ଟଫୋଲିଓ ପ୍ରଦାନ କରିଥାଏ ଯାହା ପ୍ରତିଷ୍ଠିତ ଗ୍ଲୋବାଲ କମ୍ପାନୀଗୁଡ଼ିକର ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନାକୁ ଉପଯୋଗ କରିଥାଏ । ଅର୍ଥାତ ନିବେଶକଙ୍କୁ MNC କମ୍ପାନୀର ଅଭିବୃଦ୍ଧିର ଲାଭ ମିଳିଥାଏ । ଏହା ଦ୍ୱାରା ରିସ୍କ୍ ଏବଂ ଅସ୍ଥିରତା ହ୍ରାସ ହୋଇଥାଏ । ବଜାର ଅନିଶ୍ଚିତତା ସମୟରେ ଏହା ବିଶେଷ ଲାଭଦାୟକ ଅଟେ ।

Get real time updates directly on you device, subscribe now.