fbpx

ହରିୟାଣାର ୨ ଜଣ ସ୍ୱାଧିନ ବିଧାୟକ ବିଜେପିରେ ସାମିଲ ହେଲେ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ବିଜୟ ସହ ବିଜେପି ହ୍ୟାଟ୍ରିକ୍ କରିଛି । ମୋଟ ୯୦ଟି ଆସନ ମଧ୍ୟରୁ ବିଜେପି ଏକାକୀ ୪୮ଟି ଆସନ ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ୩୭ଟି ଆସନରେ ସୀମିତ ରହିଯାଇଥିଲା । ଖୁବଶୀଘ୍ର ରାଜ୍ୟରେ ନୂଆ ସରକାର ଗଠନ ହେବା ସହ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ । ଗତ ସରକାରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ରହିଥିବା ବେଳେ ଏବେ ତାଙ୍କୁ ରିପିଟ୍ କରାଯିବ ନା ଜଣେ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯିବ ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ହରିୟାଣା ରାଜନୀତିରୁ ଆସିଛି ଏକ ବଡ଼ ଖବର । ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ନ ପୂରୁଣୁ ବିଜେପି ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟରେ ପୁଣି ବଢ଼ିଛି ବିଜେପିର ଶକ୍ତି । ୨ ଜଣ ସ୍ୱାଧିନ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଏହି ୨ ଜଣ ସ୍ୱାଧିନ ବିଧାୟକ ବିଜେପିରେ ସାମିଲ ହେବା ଫଳରେ ଏବେ ରାଜ୍ୟରେ ବିଜେପିର ମୋଟ ବିଧାୟକ ସଂଖ୍ୟା ୫୦ରେ ପହଞ୍ଚି ଯାଇଛି । ଏଥିସହିତ ହରିୟାଣରେ ବିଜେପି ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଯାଇଛି ।

Get real time updates directly on you device, subscribe now.