fbpx

ଏସବିଆଇ ଗ୍ରାହକଙ୍କ ପାଇଁ ଆଲର୍ଟ! ବଦଳିଗଲା ଏଟିଏମରୁ ଟଙ୍କା ଉଠାଇବାର ନିୟମ, ଜାଣିନଥିଲେ ଗଣିବେ ତଣ୍ଡ

ଯଦି ଆପଣଙ୍କ ପାଖରେ ଏସବିଆଇର ଡେବିଟ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ଜୁଲାଇ ୧ରୁ ଏଟିଏମରୁ ଟଙ୍କା ଉଠାଇବା ନିୟମ ବଦଳିଯାଇଛି । ଏହାର କାରଣ ହେଉଛି, ଲକ୍-ଡାଉନ୍ ପାଇଁ ଏଟିଏମରୁ ଟଙ୍କା ଉଠାଇବାର ନିୟମ ପରିବର୍ତ୍ତନ କରାଯାଇଥିଲା, ଯାହାର ଅବଧି ଜୁନ୍ ୩୦ରେ ସମାପ୍ତ ହୋଇଛି । ଏବେ ଏଟିଏମରୁ ଟଙ୍କା ଉଠାଇବାର ନିୟମ ପୁନଃ ପରିବର୍ତ୍ତନ କରିଛି ଏସବିଆଇ । ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡିକ ବିଷୟରେ..

-ଯାହାର ହାରାହାରି ମାସିକ ବାଲାନ୍ସ ୨୫,୦୦୦ ରହୁଛି, ସେମାନେ ନିଜ ବ୍ୟାଙ୍କ ବ୍ରାଞ୍ଚରୁ ୮ଥର ଟଙ୍କା ଉଠାଇପାରିବେ । ଏଥିରେ ୫ ଥର ଆପଣ ଏସବିଆଇ ଓ ୩ ଥର ଅନ୍ୟ ଏଟିଏମରୁ ଟଙ୍କା ଉଠାଇ ପାରନ୍ତି ।

-ସେହିପରି ହାରାହାରି ମାସିକ ବାଲାନ୍ସ ୨୫,୦୦୦ରୁ ୫୦,୦୦୦ ବାଲାନ୍ସ ଥିବା ଗ୍ରାହକ ବିନା ମୂଲ୍ୟରେ ୧୦ ଥର ନିଜ ଏଟିଏରୁ ଟଙ୍କା ଉଠାଇ ପାରିବେ । କିନ୍ତୁ ୫୦,୦୦୦ରୁ ୧,୦୦,୦୦୦ ବାଲାନ୍ସ ଥିବା ଗ୍ରାହକମାନେ ୮ ଥର ଟଙ୍କା ଉଠାଇ ପାରିବେ ।

-ମାଗଣା ସୀମା ପରେ ଟଙ୍କା ଉଠାଇଲେ ଏସବିଆଇ ୫ରୁ ୮ ଟଙ୍କା ସହ ଜିଏସଟି ଆଦାୟ କରିବ ।

Get real time updates directly on you device, subscribe now.