fbpx

ବନ୍ଦ ହେଲା ବରମୁଣ୍ଡା ରୁଚିକା ନର୍ସିଂହୋମ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ବରମୁଣ୍ଡାରେ ଥିବା ରୁଚିକା ନର୍ସିଂହୋମ ବନ୍ଦ ହୋଇଛି । ସେଠାରେ କୋଭିଡ଼ ନିୟମ ପାଳନ ନହେଉଥିବା ଜଣାପଡ଼ିବା ପରେ ବିଏମସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । କାରଣ ଦର୍ଶାଅ ନୋଟିସ ପରେ ଉତ୍ତର ନଦେବାରୁ ନର୍ସିଂ ହୋମକୁ ବନ୍ଦ କରାଯାଇଛି ।

ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସମସ୍ତଙ୍କୁ କୋଭିଡ଼ ନିୟମ ପାଳନ କରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ହୋଇଛି । ଯେଉଁମାନେ ଏହି କୋଭିଡ଼ ନିୟମକୁ ପାଳନ ନକରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହାସହ ଏବେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୧୩୯ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.