fbpx

ଓଡ଼ିଶାକୁ ରେଳ ଚଳାଚଳ କମାଇବାକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ରେଲୱେ ବୋର୍ଡ଼ ଅଧ୍ୟକ୍ଷଙ୍କୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠି ଚିଠି ଲେଖିଛନ୍ତି । ସେ ଓଡ଼ିଶାକୁ ଟ୍ରେନ ଚଳାଚଳ କମାଇବା ପାଇଁ ଚିଠି ଲେଖିଛନ୍ତି । କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ କହିଛନ୍ତି । ଜୁଲାଇ ୩୧ ତାରିଖ ଯାଏଁ ଟ୍ରେନ ଚଳାଚଳ କମାଇବାକୁ ଚିଠିରେ ସେ ଅନୁରୋଧ କରିଛନ୍ତି । ଏହାସହ ଆନ୍ତଃରାଜ୍ୟ ଟ୍ରେନଗୁଡ଼ିକ ସୀମିତ ଷ୍ଟେସନରେ ରଖିବାକୁ ଅନୁମତି ଦିଆଯାଉ । ଓଡ଼ିଶା ଦେଇ ଯାଉଥିବା ଟ୍ରେନ ସଂଖ୍ୟା ନବଢ଼ାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ନୂଆ ଟ୍ରେନ ଚଳାଚଳକୁ ଓଡ଼ିଶାରେ ରହଣୀ ଅନୁମତି ଦିଆନଯାଉ ।

Get real time updates directly on you device, subscribe now.