fbpx

ଇସରାଏଲ- ଇରାନ୍ ଯୁଦ୍ଧ: ହଜାର ହଜାର ସଂଖ୍ୟାରେ ଲେବାନନ୍ ଛାଡ଼ି ଯାଉଛନ୍ତି ଲୋକେ, ବେରୁତକୁ ବିମାନ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଜାରି ରହିଥିବା ଇରାନ୍ ଓ ଇସରାଏଲ ଯୁଦ୍ଧ ବର୍ତ୍ତମାନ ଭୟଙ୍କର ହେବାରେ ଲାଗିଛି । ଚାରିଆଡ଼େ ଲୋକଙ୍କ ହାହାକାର । ଏହି ଯୁଦ୍ଧରେ ଅନେକ ଧନ, ସମ୍ପତ୍ତି ଓ ଜୀବନହାନୀ ହୋଇଛି । ଅନେକ ଦେଶ ପକ୍ଷରୁ ଏହି ଯୁଦ୍ଧକୁ ଅଟକାଇବା ଚେଷ୍ଟା ବିଫଳ ହୋଇଛି । ଲେବାନନ୍ ଉପରେ ଇସରାଏଲର ଆକ୍ରମଣରେ ଭୟଭୀତ ହଜାର ହଜାର ସଂଖ୍ୟାରେ ଲୋକମାନେ ଦେଶ ଛାଡ଼ି ଯାଉଛନ୍ତି । ଏଥିମଧ୍ୟରେ ବେରୁତ ପାଇଁ ଅଧିକାଂଶ ବିମାନ ସେବାକୁ ରଦ୍ଦ କରିଦିଆଯାଇଛି । କେବଳ ଲେବାନନ୍ ଏହାର ମିଡିଲ ଇଷ୍ଟ ଏୟାରଲାଇନ୍ ଚଳାଚଳ ଜାରି ରଖିଛି ।

ଲେବାନନ୍ ଉପରେ ଇସରାଏଲର ବୋମା ମାଡ଼ ପରେ ଅଧିକାଂଶ ଲୋକ ରାଜଧାନୀ ‘ବେରୁତ’କୁ ଆଶ୍ରୟସ୍ଥଳୀ କରିଛନ୍ତି । ଏଠାରେ ସ୍କାଇବାର ନାମକ ଏକ ନାଇଟ୍ କ୍ଲବ୍ ରହିଛି ଯେଉଁଠି ପୂର୍ବରୁ ଡାନ୍ସ- ପାର୍ଟି ହେଉଥିଲା । ବର୍ତ୍ତମାନ ଏହା ଶରଣାର୍ଥୀ କେନ୍ଦ୍ର ପାଲଟିଯାଇଛି । ଅନେକ ଶରଣାର୍ଥୀ ହୋଟେଲ ଖର୍ଚ୍ଚ ଦେବାକୁ ଅସମର୍ଥ ଥିବାରୁ ଖାଲି ଥିବା କୋଠା, ଫୁଟପାଥ, ଗାଡ଼ି କିମ୍ବା ପାର୍କରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଲେବାନନୀ ଶାସନ ଅନୁଯାୟୀ ୨୩ ସେପ୍ଟେମ୍ବର ପରଠାରୁ ପ୍ରାୟ ୧୨ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଦୀର୍ଘ ସମୟ ଧରି ବନ୍ଦ ରହିଥିବା ବେରୁତର ଜାହାଜ ବନ୍ଦର ବର୍ତ୍ତମାନ ଚାଲୁ କରାଯାଇଛି । ସମୁଦ୍ର ରାସ୍ତା ଦେଇ ଅନେକ ଲେବାନନ୍ ଛାଡ଼ୁଛନ୍ତି । ଲେବାନନ୍ ଛାଡ଼ିବା ଲୋକଙ୍କ ସଂଖ୍ୟା ମାତ୍ରାଧିକ ଥିବାରୁ ମିଡିଲ ଇଷ୍ଟ ଏୟାରଲାଇନ୍ସ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁନାହିଁ ।

Get real time updates directly on you device, subscribe now.