fbpx

ରତନ ଟାଟାଙ୍କ ଜୀବନର କିଛି ଜଣା, ଅଜଣା କଥା

ନୂଆଦିଲ୍ଲୀ: ୯ ଅକ୍ଟୋବର ୨୦୨୪, ଏକ ଯୁଗର ଅନ୍ତ । ଭାରତୀୟ ଅର୍ଥନୀତିରେ ଯୁଗାନ୍ତକାରୀ ବିପ୍ଲବ ଆଣିଥିବା ଟାଟା ସନ୍ସର ଅଧ୍ୟକ୍ଷ ଦ ଗ୍ରେଟ ରତନ ଟାଟାଙ୍କ ପରଲୋକ ସହ ଏକ ଯୁଗର ଅନ୍ତ ଘଟିଛି । ବୁଧବାର ରାତିରେ ମୁମ୍ବାଇର ଏକ ହସ୍ପିଟାଲରେ ୮୬ ବର୍ଷ ବୟସରେ ଟାଟା ସନ୍ସର ଚେୟାର ମ୍ୟାନଙ୍କ ନିଧନର ଖବର ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେଇଛି । ଗତ ରାତିର ସୋସିଆଲ ମିଡିଆଠାରୁ ଆରମ୍ଭ କରି ସବୁ ଗଣମାଧ୍ୟମରେ ଖାଲି ରହିଛନ୍ତି ଟାଟା ଦ ଗ୍ରେଟ୍ । ତେବେ କାହିଁକି ସେ ସବୁ ଭାରତୀୟଙ୍କ ଏତେ ପ୍ରିୟ ହୋଇପାରିଥିଲେ?

ସ୍ୱର୍ଗତ ରତନ ଟାଟା ୨୮ ଡିସେମ୍ବର ୧୯୩୭ରେ ମୁମ୍ବାଇରେ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେତଜୀ ଟାଟଙ୍କ ପୁଅ ନାଭାଲ ଟାଟ ଓ ବୋହୂ ସୁନି ଟାଟାଙ୍କ ଔରଷରୁ ଜନ୍ମଗ୍ରହଣ କରିଥିଲେ । ଦେଶର ଏକ ଧନୀ ପରିବାରର ଦାୟଦ ହୋଇଥିଲେ ମଧ୍ୟ ଟାଟାଙ୍କ ବ୍ୟକ୍ତିଗତ ଜୀବନରେ, ଭାବନାତ୍ମକସ୍ତରରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା, ତାଙ୍କ ବାପା ଓ ମାଆଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ଓ ଉଭୟ ଅଲଗା ରହିବା ଆରମ୍ଭ କରିଥିଲେ । ସେବେଠାରୁ ରତନ ଟାଟାଙ୍କ ଲାଳନପାଳନ ତାଙ୍କ ଜେଜେମା ନାଭାଜବାଈ ଟାଟାଙ୍କ ଦ୍ୱାରା ହୋଇଥିଲା ।

ଜେଜେମାଆଙ୍କ ଦ୍ୱାରା ପ୍ରତିପାଳିତ ହୋଇ ଟାଟା ଯେତେବେଳେ ଯୁବାବସ୍ଥାରେ ପହଞ୍ଚିଥିଲେ ଓ ବିବାହ ଯୋଗ୍ୟ ହୋଇଥିଲେ, ସେତେବେଳେ ବିଭିନ୍ନ ସମୟରେ ତାଙ୍କ ବିବାହ ପାଇଁ ସବୁ ଆୟୋଜନ ହେବା ପରେ ମଧ୍ୟ ସେ ବିବାହ କରିପାରିନଥିଲେ । ଏକଦା ସେ ନିଜ ପ୍ରେମର ପରିପ୍ରକାଶ କରିଥିଲେ । କହିଥିଲେ ସେ ଲସଏଞ୍ଜେଲ୍ସରେ ଚାକିରି କରୁଥିବା ସମୟରେ ସେଠାର ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ । କିନ୍ତୁ ସେହି ସମୟରେ ଅର୍ଥାତ୍ ୧୯୬୨ରେ ଭାରତ-ଚାଇନା ମଧ୍ୟରେ ଯୁଦ୍୍ର ଚାଲିଥିବାରୁ ସେହି ଯୁବତୀଙ୍କ ଅଭିଭାବକ ତାଙ୍କୁ ଭାରତ ଛାଡିବାକୁ ରାଜି ହୋଇନଥିଲେ । ତେଣୁ ଟାଟାଙ୍କ ବିବାହ ଆଶା ମଉଳି ଯାଇଥିଲା ।

୧୯୬୧ରୁ ସେ ଟାଟା ଷ୍ଟିଲର ଫ୍ଲୋର ସପରେ ଜଣେ ସାଧାରଣ କର୍ମଚାରୀ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ସେହି ଅଭିଜ୍ଞତାକୁ ପାଥେୟ କରି ସେ ପରବର୍ତ୍ତୀ ସମୟରେ ଭବିଷ୍ୟତ ନେତୃତ୍ୱର ନିଅଁ ଦେଇଥିଲେ । ୧୯୯୧ରେ ସେ ଅଟୋସ ଟୁ ଷ୍ଟିଲ କଗ୍ଲୋମେରେଟର ଅଧ୍ୟକ୍ଷ ହୋଇଥିଲେ ଓ ଜେଜେବାପାଙ୍କ କମ୍ପାନୀକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଥିଲେ ।

ଦେଶ ଅର୍ଥନୀତିର ଘଡିସନ୍ଧୀ ସମୟରେ ତାଙ୍କ ଦ୍ୱାରା ଟାଟା ଗ୍ରୁପର ବ୍ୟାପକତା ଦେଖାଦେଇଥିଲା । ବ୍ୟବସାୟ ସଂପ୍ରସାରଣ କରିଥିଲେ ଟାଟା ନାନୋ ଓ ଟାଟା ଇଣ୍ଡିଗୋ କାର ନିର୍ମାଣ କରି । ପରବର୍ତ୍ତୀ ସମୟରେ ତାଙ୍କ କମ୍ପାନୀ ଦ୍ୱାରା ଜାଗୁଅର, ଲ୍ୟାଣ୍ଡ ରୋଭର, କୋରସ ପରି କାରକୁ ମାର୍କେଟକୁ ଛାଡିଥିଲା, ଯାହାର ବିଶ୍ୱସନୀୟତା ଟାଟାର ବ୍ରାଣ୍ଡ ପାଇଁ ସମ୍ଭବ ହୋଇଥିଲା । ୨୦୦୯ରେ ଟାଟା ନାନୋ ପରି ଏକ ଶସ୍ତା କାର ନିର୍ମାଣ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ମଧ୍ୟବିତ୍ତ ପରିବାର ପ୍ରତି ସାମାଜିକ ମୂଲ୍ୟବୋଧ ସମ୍ପନ୍ନ କରିଥିଲେ ନାନୋକୁ ମାର୍କେଟକୁ ଛାଡି ।

ଖାଲି ବ୍ୟବସାୟ ସହ ନୁହେଁ, ସମାଜ ସୁଧାର ଦିଗରେ ମଧ୍ୟ ରହିଥିଲା ଟାଟାଙ୍କର ଗୁରୁତ୍ୱପୂଣ୍ଣ ଭୂମିକା । ତାଙ୍କ ଆୟର ସିଂହ ଭାଗ ଗରିବାଙ୍କ ହିତ ପାଇଁ ଖର୍ଚ୍ଚ କରୁଥିଲେ ।

Get real time updates directly on you device, subscribe now.