fbpx

ଭବିଷ୍ୟତରେ ମନୁଷ୍ୟ ଭାଷା ବୁଝିବାରେ ସକ୍ଷମ ହୋଇପାରିବ ମେସିନ୍ ! ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ଓଡ଼ିଶା ଭାସ୍କର: ଅକ୍ଟୋବର, ୨୦୧୦ରେ ଥିଏଟରରେ ଏକ ଫିଲ୍ମ ରିଲିଜ ହୋଇଥିଲା ଯାହାର ନାଁ ଥିଲା ‘ରୋବୋଟ୍‌’ । ଏହି ଫିଲ୍ମରେ ଦର୍ଶାଯାଇଥିଲା କି କିପରେ ଏକ ରୋବୋଟ୍ ମଧ୍ୟରେ ବିଚାର କରିବାର ଶକ୍ତି ବିକଶିତ ହେଉଛି ଏବଂ ତାହା ବି ବିନାଶର କାରଣ ହୋଇପାରେ । ଏହି ଫିଲ୍ମ ଦେଖିବା ପରେ ଅନେକଙ୍କ ମନରେ ପ୍ରଶ୍ନ ଉଠିଥିବ କି କ’ଣ ମେସିନ୍ ବି ଭାବିପାରେ ? ଯଦି ନାଁ ତେବେ ଭବିଷ୍ୟତରେ ଭାବିବାର କ୍ଷମତା ରଖିବ କି ?
ଆଜିକାଲି ବିଜ୍ଞାନ ଯୁଗ ଏତେ ଅଗ୍ରଗତି କଲାଣି କି ଅନେକ ଅସମ୍ଭବ କାର୍ଯ୍ୟ ବି ସମ୍ଭବପର ମନେହେଉଛି । ଉଦାହରଣ ସ୍ୱରୂପ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) । ଏହା ଦ୍ୱାରା ଡିପ୍ ଫେକ୍ ଭିଡ଼ିଓ ଠାରୁ ଆରମ୍ଭ କରି ଭଏସ୍ କ୍ଲୋନିଂ ଏବଂ ମେସିନ୍ ବି କଳାତ୍ମକ କାର୍ଯ୍ୟ କରିବାରେ ସକ୍ଷମ ।

ମନୁଷ୍ୟ ମସ୍ତିଷ୍କ ବହୁତ ଜଟିଳ । ଏହା ତର୍କ ବିତର୍କ, ନିଷ୍ପତ୍ତି ନେବା, ସମସ୍ୟାର ସମାଧାନ କରିବା, ରଚନାତ୍ମକ ଏବଂ ଭାବନାତ୍ମକ ଚିନ୍ତା ଭଳି ଅନେକ କାର୍ଯ୍ୟ କରିଥାଏ । ଅପରପକ୍ଷରେ ମେସିନ୍ ଏହି ସମସ୍ତ କାର୍ଯ୍ୟକୁ ଦୃତ ଓ ସଠିକ ଢ଼ଙ୍ଗରେ କରିଥାଏ । ଉଦାହରଣ ସ୍ୱରୂପ ବର୍ତ୍ତମାନ AI ଚେହେରା ଚିହ୍ନିବା, ଭାଷାର ଅନୁବାଦ କରିବା ଏବଂ ଅଟୋମେଟିକ୍ ଡ୍ରାଇଭିଂ ଭଳି କାର୍ଯ୍ୟ କରିଥାଏ । ମେସିନ୍‌, ଡାଟାର ବିଶାଳ ସଂଗ୍ରହର ବିଶ୍ଲେଷଣ କରିବା ସହ ଭବିଷ୍ୟବାଣୀ ମଧ୍ୟ କରିବାରେ ସକ୍ଷମ । ଏହା ବ୍ୟତୀତ ମେସିନ୍ ମାନବ ମସ୍ତିଷ୍କର ନ୍ୟୁରନ୍ସ ଭଳି କାର୍ଯ୍ୟ କରୁଥିବା କୃତ୍ରିମ ସ୍ନାୟୁ ନେଟୱାର୍କ ବ୍ୟବହାର କରି କାମ ଶିଖିଥାନ୍ତି । ବର୍ତ୍ତମାନ ମେସିନ୍ ମନ୍ୟୁଷ୍ୟ ଭାଷା ବୁଝି ଉତ୍ତର ଦେବାରେ ସକ୍ଷମ ଅଟନ୍ତି ।

ମେସିନ୍‌/ ରୋବଟ୍ କ’ଣ ଭାବନ୍ତି ?

କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ ମେସିନ୍ କେବଳ ସିମ୍ୟୁଲେଟ୍ କରିଥାନ୍ତି ଏବଂ ବାସ୍ତବରେ କିଛି ଭାବନ୍ତି ନାହିଁ । ସେମାନେ ଏହା ତର୍କ ଦିଅନ୍ତି କି ମେସିନ୍ ମଧ୍ୟରେ ଭାବନା, ଚେତନା ଏବଂ ଆତ୍ମ ଜାଗରୁକତା ଭଳି ମାନବୀୟ ବିଶେଷତ୍ୱ ନଥାଏ । ଅପରପକ୍ଷରେ ଅନ୍ୟ କେତେକ ବିଶେଷଜ୍ଞଙ୍କ ମତରେ ମେସିନ୍ ଭବିଷ୍ୟତରେ ଚିନ୍ତା କରିବାରେ ସକ୍ଷମ ହୋଇପାରନ୍ତି । AI ଆହୁରି ବିକଶିତ ହେବା ପରେ ମେସିନ୍ ଅଧିକରୁ ଅଧିକ ଜଟିଳ କାର୍ଯ୍ୟ କରିବା ସହ ମନୁଷ୍ୟ ଭଳି ଚିନ୍ତା କରିବାରେ ସକ୍ଷମ ହୋଇପାରିବ ।

Get real time updates directly on you device, subscribe now.