fbpx

ଦୁର୍ଗାପୂଜାରେ ଶସ୍ତା ହୋଇଗଲା ସୁନା-ରୂପା, ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସୁନା ଏବଂ ରୂପାର ମୂଲ୍ୟ କମିବା ଦେଖିବାକୁ ମିଳିଛି। ସୁନାର ମୂଲ୍ୟରେ ଗୁରୁବାର ଦିନ ପୁଣିଥରେ ହ୍ରାସ ଘଟିଛି। ଏହା କମ ହ୍ରାସ ଘଟିଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ରାଜଧାନୀ ଦିଲ୍ଲୀରେ ୧୦ ଅକ୍ଟୋବର ୨୦୨୪ରେ ୧୦ ଟଙ୍କା ହ୍ରାସ ପାଇବା ସହ ୧୦ ଗ୍ରାମ ପିଛା ୭୬ ହଜାର ୮୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨କ୍ୟାରେଟ ସୁନାର ମୂଲ୍ୟ ୧୦ ଟଙ୍କା କମିବା ସହ ୧୦ ଗ୍ରାମ ପିଛା ୭୦ ହଜାର ୪୪୦ ଟଙ୍କା ହୋଇଛି। ଗୁଡରିଟର୍ଣ୍ଣ ମୁତାବକ, ରୂପାର ମୂଲ୍ୟ ୧୦ ଗ୍ରାମ ପିଛା ୧୦୦ ଟଙ୍କା ହ୍ରାସ ପାଇ ୯୩ ହଜାର ୯୦୦ ଟଙ୍କା ହୋଇଛି।

ମୁମ୍ବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଟଙ୍କା ହ୍ରାସ ପାଇ ୭୬ ହଜାର ୬୮୦ରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୭୦ ହଜାର ୨୯୦ ଟଙ୍କା ହୋଇଯାଇଛି। ଏହା ବ୍ୟତୀତ ରୂପା ମୂଲ୍ୟ ମଧ୍ୟ ଗୁରୁବାର ଦିନ ୧୦୦ ଟଙ୍କା ହ୍ରାସ ଘଟି ୯୩ ହଜାର ୯୦୦ ଟଙ୍କା ହୋଇଯାଇଛି।

ସୁନାର ମୂଲ୍ୟ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅର୍ଥାର ଏମସିଏକ୍ସରେ ବଢିଯାଇଛି। ଏହା ସକାଳ ୧୦ଟା ୨୧ ମିନିଟରେ ୫ ଡିସେମ୍ବର ଅନୁବନ୍ଧ ପାଇଁ ସୁନାର ଫ୍ୟୁଚର ମୂଲ୍ୟ ୦.୧୬ ପ୍ରତିଶତ ବୃଦ୍ଧି ସହ ୭୫ ହଜାର ୦୫୫ ଟଙ୍କା କାରବାର ଦେଖିବାକୁ ମିଳିଥିଲା। ଏହିଭଳି ୫ ଡିସେମ୍ବର ଅନୁବନ୍ଧ ପାଇଁ ରୂପାର ଫ୍ୟୁଚର ଭାବ ମଧ୍ୟ ଏସସିଏକ୍ସରେ ସମାନ ଅବଧିରେ ୦.୩୦ ପ୍ରତିଶତ ବଢି, କିଲୋଗ୍ରାମ ପିଛା ୮୯ ହଜାର ୧୪୦ ଟଙ୍କାରେ ପହଞ୍ଚିଛି।

Get real time updates directly on you device, subscribe now.