fbpx

(Video) ମାଡି ଆସିଲା ଭୟଙ୍କର ବାତ୍ୟା; ଉଡିଗଲା କାର୍-ବୁଡିଗଲା ଘର, ମରିଲେଣି 14ଜଣ

ନୂଆଦିଲ୍ଲୀ: ତାଣ୍ଡବ ମଚାଇଛି ସାମୁଦ୍ରିକ ଝଡ ମିଲଟନ୍ । ଆମେରିକାର ପଶ୍ଚିମ ଉପକୂଳରେ ସ୍ଥଳଭାବ ଛୁଇଁ ତାଣ୍ଡବ ରଚିଛି । ତେବେ ଏହି ସମୟର ଦୃଶ୍ୟ ନଦେଖିଲେ ବିଶ୍ବାସ କରିବା ଅସମ୍ଭବ । ମିଲଟନର ତାଣ୍ଡବ ଯୋଗୁଁ ବର୍ତ୍ତମାନ ସୁଦ୍ଧା 14ଜଣଙ୍କ ମୃତ୍ୟୁ ହୋଇଛି । ଲକ୍ଷାଧିକ ଘର ଉଡିଯାଇଥିବା ବେଳେ ବିଦ୍ୟୁତ କାଟ ଯୋଗୁଁ 30 ଲକ୍ଷ ଲୋକ ଅନ୍ଧକାରରେ ଜୀବନ ବିତାଉଛନ୍ତି ।

ଫ୍ଲୋରିଡାରେ ବାତ୍ୟା ଯୋଗୁଁ ସ୍ଥିତି ଭୟଙ୍କର ରହିଛି । ଅନ୍ୟପଟେ ବନ୍ୟାଞ୍ଚଳର ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଦୂଷିତ ପାଣିଠାରୁ ଦୂରେଇ ରହିବାକୁ ଅଧିକାରୀମାନେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରବଳ ପବନ ସହ ଏହି ଝଡ଼ ମାରାତ୍ମକ ଓ ଆକସ୍ମିକ ବନ୍ୟା ସାବ୍ୟସ୍ତ ହୋଇପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି । ତେବେ ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବୁଧବାର ରାତିରେ ବାତ୍ୟା ମିଲଟନ ଫ୍ଲୋରିଡାକୁ ହିଟ କରିଥିଲା। ଏଥିଯୋଗୁ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୨୦୫ କିମି ବେଗରେ ପବନ ବହିଥିଲା । ଗୁରୁବାର ସକାଳ ସୁଦ୍ଧା ବାତ୍ୟା ଫ୍ଲୋରିଡା ଆଣ୍ଟଲାଟିକ ଉପକୂଳରୁ ଦୂରକୁ ଚାଲି ଯାଇଛି। ଏହାଦ୍ୱାରା ଉପକୂଳର ପୂର୍ବ ପାଦଦେଶରେ ରହୁଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ।

 

🌪️ Ah, Hurricane Milton, you see, has made its dramatic entrance—Siesta Key now finds itself at the mercy of those roaring 120 mph winds. Nature, don’t you know, doesn’t hesitate to remind us who’s truly in charge. The eye of the storm, calm yet deceptive, cuts through the chaos… pic.twitter.com/VRjLLQ4tMR

— Dr.Manoj Pandey (@mpandey03) October 10, 2024

Get real time updates directly on you device, subscribe now.